ଲଣ୍ଡନରେ ଦିଲ୍ଲୀ ହିଂସାକୁ ବିରୋଧ: ଶାହାଙ୍କ ଇସ୍ତଫା ଦାବି

ଇଂଲଣ୍ଡ,୧।୩: ଦିଲ୍ଲୀରେ ଘଟିଥିବା ଭିଡ ହିଂସାର ପ୍ରଭାବ ବିଦେଶରେ ମଧ୍ୟ ଦେଖିବାକୁ ମିଳିଛି। ଏହା ବିରୋଧରେ ଲଣ୍ଡନ, ପ୍ୟାରିସ୍‌,ବ୍ରସେଲ୍ସ୍‌, ଜେନେଭା, ହେଲସିଙ୍କ୍‌,କାରାକୋୱ, ଦି ହଗ୍‌, ଷ୍ଟକ୍‌ହୋମ୍‌, ଡବଲିନ୍‌, ବର୍ଲିନ୍‌, ମ୍ୟୁନିଚ୍‌, ଗ୍ଲାସ୍‌ଗୋ ଆଦି ୧୬ଟି ୟୁରୋପିଆନ୍ ସହରରେ ବାସ କରୁଥିବା ପ୍ରବାସୀ ଭାରତୀୟମାନେ ପ୍ରଦର୍ଶନ କରିଛନ୍ତି। ସାଉଥ୍‌ ଏସିଆ ସଲିଡାରିଟି ଗ୍ରୁପ୍‌ ନାମକ ଏକ ସଂଗଠନ ପକ୍ଷରୁ ଏଭଳି କରାଯାଇଛି। ଦିଲ୍ଲୀ ହିଂସା ପାଇଁ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଏହି ସଂଗଠନ ଉତ୍ତରଦାୟୀ କରିଛି। ନୈତିକତା ଦୃଷ୍ଟିରୁ ଶାହା ଇସ୍ତଫା ଦେବା ଆବଶ୍ୟକ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି। ଏହା ସହିତ ଉତ୍ତେଜନା ସୃଷ୍ଟିକାରୀ ଭାଷଣ ଦେଇଥିବା ଭାଜପା ନେତାଙ୍କୁ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରଦର୍ଶନକାରୀ ଦାବି କରିଛନ୍ତି।

Share