ଲଣ୍ଡନ,୪।୯: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ହେବା ପରେ ପାକିସ୍ତାନ ପ୍ରତିଶୋଧ ପରାୟଣ ହୋଇ ଉଠିଛି। ଲଣ୍ଡନରେ ଥିବା ଭାରତୀୟ ଉଚ୍ଚାୟୁକ୍ତଙ୍କ କାର୍ଯ୍ୟାଳୟ ଉପରକୁ କେତେକ ପାକିସ୍ତାନୀ ବିକ୍ଷୋଭକାରୀ ଅଣ୍ଡାମାଡ଼ କରିଥିବା ଅଭିଯୋଗ ହୋଇଛି। ସେମାନେ ଉଚ୍ଚାୟୁକ୍ତଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ସ୍ଲୋଗାନ ଦେବା ସହିତ ଟମାଟୋ, ପଥର ଓ ଜୋତାମାଡ଼ ମଧ୍ୟ କରିଛନ୍ତି। ଏହି ବିକ୍ଷୋଭକୁ ସେମାନେ କଶ୍ମୀର ଫ୍ରିଡମ୍ ମାର୍ଚ୍ଚ ଭାବେ ନାମିତ କରାଯାଇଛି। ଏଥିରେ ୧୦ ହଜାରରୁ ଅଧିକ ପାକିସ୍ତାନୀ ଯୋଗଦେଇଥିଲେ।