Categories: ବାଣିଜ୍ୟ

ଲଣ୍ଡନରେ ରୁଚି ଉଦ୍ୟୋଗ ସମ୍ବର୍ଦ୍ଧିତ

ଭୁବନେଶ୍ୱର, ୨୯-୮: ଓଡ଼ିଆ ସୋସାଇଟି ଅଫ୍‌ ୟୁନାଇଟେଡ କିଙ୍ଗଡମ୍‌ ପକ୍ଷରୁ ଏହାର ୪୦ତମ ବାର୍ଷିକ ଉତ୍ସବରେ ଶ୍ରେଷ୍ଠ ଉଦ୍ୟୋଗ ଭାବେ ପ୍ରମୁଖ ମସଲା କମ୍ପାନୀ ରୁଚିକୁ ସମ୍ବର୍ଦ୍ଧିତ କରାଯାଇଛି। ରୁଚି ପକ୍ଷରୁ ଏହାର ପରିଚାଳନା ନିର୍ଦ୍ଦେଶକ ଶରତ କୁମାର ସାହୁ ଏହି ଅବସରରେ ପୁରସ୍କାର ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମକୁ ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଉଦଘାଟନ କରିଥିଲେ। ଏହି ସୋସାଇଟି ଓଡ଼ିଶାର ପରମ୍ପରାକୁ ବଞ୍ଚାଇ ରଖି ଥିବାରୁ ରୁଚି ପକ୍ଷରୁ ଶିବ ରଞ୍ଜନ ବିଶ୍ୱାଳ, ସୁମନ୍ତ ମାନସିଂହ, ଡ. ପ୍ରକାଶ ଦେ, ଦେବକାନ୍ତ ବେହେରାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଆଗାମୀ ଦିନରେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ଜାରି ରଖିବାରେ ରୁଚି ଏହାର ଯୋଗଦାନ ରଖିବ ବୋଲି ଏହାର ନିର୍ଦ୍ଦେଶିକା ରଶ୍ମି ସାହୁ ସୂଚନା ଦେଇଛନ୍ତି।

Share