Categories: ଜାତୀୟ

ଲଣ୍ଡନ, ପ୍ୟାରିସ୍‌ ଭଳି ସଫାସୁତରା ହେବ ଦିଲ୍ଲୀ: କେଜରିଓ୍ବାଲ

ନୂଆଦିଲ୍ଲୀ, ୨୭।୧୨: ଆଗାମୀ ୫ ବର୍ଷ ମଧ୍ୟରେ ଲଣ୍ଡନ, ଟୋକିଓ ଏବଂ ପ୍ୟାରିସ୍‌ ଭଳି ରାଜଧାନୀ ଦିଲ୍ଲୀକୁ ସଫାସୁତରା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ୍‌ କେଜରିଓ୍ବାଲ କହିଛନ୍ତି। ଆଗାମୀ ବିଧାନସଭା ନିର୍ବାଚନକୁ ନଜରରେ ରଖି ମୁଖ୍ୟମନ୍ତ୍ରୀ ଦୁଇ ସପ୍ତାହ ମଧ୍ୟରେ ୭ଟି ଟାଉନ୍‌ ହଲ୍‌ ମିଟିଂ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଥମ ମିଟିଂରେ ଯୋଗଦେବା ଅବସରରେ କେଜରିଓ୍ବାଲ ଦିଲ୍ଲୀ ସରକାରଙ୍କ ରିପୋର୍ଟ କାର୍ଡ ଉପସ୍ଥାପନ କରିଥିଲେ ଏବଂ ଭବିଷ୍ୟତ ରୋଡ୍‌ ମ୍ୟାପ୍‌ ବିଷୟରେ ମଧ୍ୟ ମିଟିଂରେ ଆଲୋଚନା କରିଥିଲେ। ରିପୋର୍ଟ କାର୍ଡରେ ଶିକ୍ଷା, ସ୍ବାସ୍ଥ୍ୟ, ବିଜୁଳି ଏବଂ ପାଣି ପାଇଁ ସରକାରଙ୍କ ପକ୍ଷରୁ ନିଆଯାଇଥିବା ଯୋଜନାଗୁଡିକ ବିଷୟରେ କୁହାଯାଇଛି। ଆଗାମୀ ୫ ବର୍ଷ ମଧ୍ୟରେ ଦିଲ୍ଲୀକୁ ବିଶ୍ୱର ସବୁଠୁ ସୁନ୍ଦର ସହର ଭାବେ ଗଢିତୋଳିବା ପାଇଁ ସମସ୍ତ କାର୍ଯ୍ୟ ହାତକୁ ନିଆଯିବ ବୋଲି ସେ କହିଛନ୍ତି।

Share