ଲଣ୍ଡନ ବ୍ରିଜ୍‌ରେ ଛୁରାମାଡ଼

ଲଣ୍ଡନ,୩୦ା୧୧: ଲଣ୍ଡନ ବ୍ରିଜ୍‌ରେ ଜଣେ ଛୁରାଧାରୀଙ୍କ ଆକ୍ରମଣରେ ଅନେକ ଲୋକ ଆହତ ହୋଇଛନ୍ତି। ପୋଲିସ ଗୁଳିରେ ସମ୍ପୃକ୍ତ ଆକ୍ରମଣକାରୀ ନିହତ ହୋଇଛନ୍ତି। ଏହା ଏକ ଆତଙ୍କବାଦୀ ଆକ୍ରମଣ ବୋଲି ପୋଲିସ କହିଛି। ଲଣ୍ଡନର ପ୍ରସିଦ୍ଧ ଲଣ୍ଡନ ବ୍ରିଜ୍‌ରେ ଶୁକ୍ରବାର ଅପରାହ୍ନ ୨ଟାରେ ଏକ ବଡ଼ଧରଣର ଆକ୍ରମଣ ହୋଇଛି। ଜଣେ ବ୍ୟକ୍ତି ହାତରେ ଛୁରା ଧରି ଲୋକଙ୍କୁ ଟାର୍ଗେଟ କରିବାରେ ଲାଗିଥିଲେ। ବ୍ରିଜ୍‌ ଆଖପାଖ ଦୋକାନୀମାନେ ଭୟରେ ନିଜ ବ୍ୟବସାୟ ବନ୍ଦ କରି ଚାଲିଯାଇଥିଲେ। ପୋଲିସ ଗୁଳିରେ ଆକ୍ରମଣକାରୀ ନିହତ ହେବା ପୂର୍ବରୁ ଅନେକ ଲୋକ ଛୁରାମାଡ଼ରେ ଆହତ ହୋଇସାରିଥିଲେ। ମେଟ୍ରୋପଲିଟାନ୍‌ ପୋଲିସ ଏହି ଘଟଣାର ଭିଡିଓ ଜାରି କରିଛି। ଏହାସହ ଲୋକଙ୍କୁ ସଂଯମ ରହି ନିଜ ସାଧାରଣ ବୁଦ୍ଧିକୁ ବ୍ୟବହାର କରିବା ପାଇଁ ପରାମର୍ଶ ଦେଇଛି। ସେହିପରି ଅନ୍ୟ ଜଣେ ସନ୍ଦିଗ୍ଧଙ୍କୁ ଅଟକ ରଖାଯାଇଥିବା ଜଣାପଡ଼ିଛି।

Share