ଲଣ୍ଡନ ଷ୍ଟ୍ରିଟ୍‌ରେ ବୁଲୁଛନ୍ତି ବିରୁଷ୍କା

ଲଣ୍ଡନ,୧୯ା୬: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଓ ତାଙ୍କ ପତ୍ନୀ ତଥା ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ଲଣ୍ଡନରେ ଦେଖିବାକୁ ମିଳିଛି। ଭାରତୀୟ ଦଳ ଅତି ସହଜରେ ପାକିସ୍ତାନକୁ ହରାଇ ଦେଇଥିଲା। ୨୨ ତାରିଖରେ ଖେଳାଯିବାକୁ ଥିବା ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଭାରତୀୟ ଦଳ ନିକଟରେ ଆଉ ଦୁଇ ଦିନ ରହିଛି। ଏଥିଯୋଗୁ ଦଳୀୟ ସଦସ୍ୟଙ୍କୁ ବ୍ରେକ୍‌ ଦିଆଯାଇଛି। ବିରାଟ ଓ ଅନୁଷ୍କା (ବିରୁଷ୍କା) ଲଣ୍ଡନ ଷ୍ଟ୍ରିଟ୍‌ରେ ବୁଲୁଥିବାର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଅନୁଯାୟୀ ଭାରତୀୟ ଦଳର ସଦସ୍ୟ ଓ ଅଫିସିଆଲଙ୍କ ସହ ପରିବାରବର୍ଗ ୧୫ ଦିନ ପାଇଁ ଚଳିତ ବିଶ୍ୱକପ୍‌ ବେଳେ ରହିପାରିବେ। କିନ୍ତୁ ପ୍ରଥମ ୨୦ ଦିନ ଖେଳାଳିଙ୍କ ସହ ପତ୍ନୀ ଓ ପରିବାରବର୍ଗଙ୍କୁ ଟ୍ରାଭେଲ କରିବାକୁ ଅନୁମତି ମିଳି ନ ଥିଲା। ଏବେ ଏହି ପ୍ରତିବନ୍ଧକ ଉଠିଥିବାରୁ ଭାରତୀୟ ଦଳର ଖେଳାଳି ନିଜ ପରିବାରବର୍ଗଙ୍କ ସହ ଲଣ୍ଡନରେ ବୁଲୁଥିବାର ନଜରକୁ ଆସିଛି। ଧାଓ୍ବନ ନିକଟରେ ଏକ ଫଟୋ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି, ଯେଉଁଥିରେ ରୋହିତ ଶର୍ମା, ତାଙ୍କ ପତ୍ନୀ ରିତିକା ସାଜଦେ, ଝିଅ ସମାଇରା ଓ ଧାଓ୍ବନଙ୍କ ପତ୍ନୀ ମଧ୍ୟ ଥିଲେ। ଏହାର କ୍ୟାପଶନରେ ଲେଖିଛନ୍ତି, ଲୋକାଲ ଟ୍ରେନରେ ଶର୍ମାଙ୍କ ପରିବାର ଆନନ୍ଦ ନେଉଛି।

Share