ଭଞ୍ଜନଗର,୩୦।୧୨(ଡି.ଏନ.ଏ): ବେଆଇନ ଭାବେ ମାଫିଆମାନେ ପାହାଡ଼ରେ ବିସ୍ଫୋରଣ କରି ଲକ୍ଷ ଲକ୍ଷ ଟଙ୍କାର ପଥର ଚୋରି କରି ନେଉଛନ୍ତି । ଏ ବାବଦରେ ବିପୁଳ ରାଜସ୍ବ କ୍ଷତି ହେଉଥିଲେ ମଧ୍ୟ ବିଭାଗର ଚେତା ପଶୁନାହିଁ । ଅନ୍ୟପକ୍ଷରେ ବେନିୟମ ବିସ୍ଫୋରଣ ଯୋଗୁ ପରିବେଶ ପ୍ରଦୂଷଣ ମଧ୍ୟ ହେଉଛି । ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ତହସିଲ ଅନ୍ତର୍ଗତ ଲଣ୍ଡେଇ ପାହାଡ଼ରୁ ବେନିୟମ ଭାବେ ପାହାଡ଼ ଫୁଟାଇ ପଥର ଚାଲାଣ ହେଉଥିଲା। ରବିବାର ସନ୍ଧ୍ୟାରେ କୌଣସି ସୂତ୍ରରୁ ତାରସିଂ ପୋଲିସ ଏହି ଖବରପାଇ ସେଠାରେ ଚଢ଼ାଉ କରି ପଥର ଫୁଟାରେ ବ୍ୟବହୃତ ବିପୁଳ ପରିମାଣର ବିସ୍ଫୋରକ, ୫ ଟ୍ରାକ୍ଟର ଓ ଅନ୍ୟାନ୍ୟ ଲୁହା ଯନ୍ତ୍ରପାତି ଜବତ କରିଥିଲା। ଉକ୍ତ ପଥର କ୍ୱାରୀରୁ ୧୧ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୫ ଜଣ ଫେରାର ହୋଇଯାଇଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ଲକ୍ଷ୍ମଣ ନାଇକ, ଧରଣୀ ନାଇକ, ବିଘ୍ନେଶ୍ୱର ଜେନା, ଶିବ ନାଇକ, ପ୍ରଫୁଲ୍ଲ ନାଇକ, ବନି ବାରିକ, ପ୍ରତାପ ଦଳବେହେରା, ରଞ୍ଜିତ ନାଇକ, ବାବୁଲା ସେଠୀ ଓ କାଳିଆ ନାଇକ। ଏ ନେଇ ତାରସିଂ ଥାନାରେ ନଂ.୨୦୦/୧୯ରେ ଏକ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ସବ୍ୟସାଚ୍ଚୀ ମଲ୍ଲ ସୂଚନା ଦେଇଛନ୍ତି ।
Posted inଆମ ଜିଲା ଖବର, ଗଞ୍ଜାମ