ଲତାଙ୍କୁ ଭାବପ୍ରବଣ ଟୁଇଟ୍‌ କଲେ ଧର୍ମେନ୍ଦ୍ର

ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର ବର୍ତ୍ତମାନ ଅସୁସ୍ଥ ଅଛନ୍ତି। ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଇଣ୍ଟେନ୍ସିଭ କେୟାର ୟୁନିଟ (ଆଇସିୟୁ)ରେ ରଖାଯାଇଛି। ଲତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିବା ପାଇଁ ଆହୁରି ସମୟ ଲାଗିବ ବୋଲି ହସ୍ପିଟାଲ ସୂତ୍ରରୁ ଜଣାପଡିଛି। ତାଙ୍କ ଅସୁସ୍ଥ ଖବର ଶୁଣି ସେଲେବ୍ରିଟିଠାରୁ ଆରମ୍ଭ କରି ପୂରା ଦେଶର ଜନତା ତାଙ୍କ ଆରୋଗ୍ୟ କାମନା କରିବାରେ ଲାଗିଛନ୍ତି। ଏଥିରେ ସାମିଲ ହୋଇଛନ୍ତି ଅଭିନେତା ଧର୍ମେନ୍ଦ୍ର। ସେ ଲତାଙ୍କୁ ଏକ ଭାବପ୍ରବଣ ଟୁଇଟ କରିଛନ୍ତି। ଟୁଇଟ୍‌ରେ ଲତାଙ୍କ ଏକ ପୁରୁଣା ଫଟୋ ଶେୟାର କରି ଲେଖିଛନ୍ତି, ‘ତୁମ୍‌ ଜାନ୍‌ ହୋ ଜମାନେ କି, ୟୁଁ ମୁକୁରାତି ରହୋ, ଲଭ୍‌ ୟୁ ଲତା ଜୀ’। ନଭେମ୍ବର ୧୧ରେ ନିଃଶ୍ୱାସ ନେବାରେ କଷ୍ଟ ହେବାରୁ ଲତାଙ୍କୁ ମୁମ୍ବାଇସ୍ଥିତ ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

Share