ଲତାଙ୍କ ଆଶୁ ଆରୋଗ୍ୟ କାମନା କଲେ ଡ୍ରିମଗର୍ଲ

ମୁମ୍ବାଇ,୧୨।୧୧: ଭାରତ ରତ୍ନ ତଥା ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର ଏବେ ଅସୁସ୍ଥ ହୋଇ ପଡିଛନ୍ତି। ରବିବାର ବିଳମ୍ବିତ ରାତିରେ ତାଙ୍କୁ ମୁମ୍ବାଇର ବିଚ୍‌ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଖବର ମିଳିବା ପରେ ତାଙ୍କ ପ୍ରଶଂସକମାନେ ଲତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ବଲିଉଡ୍‌ ଡ୍ରିମଗର୍ଲ ହେମାମାଳିନୀ ମଧ୍ୟ ମଙ୍ଗଳବାର ସକାଳେ ଟୁଇଟ୍‌ କରି ଲତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ସେ ଲେଖିଛନ୍ତି ଲତା ଜୀ ଶୀଘ୍ର ସୁସ୍ଥ ହୋଇ ପୁଣିଥରେ ଆମ ଗହଣକୁ ଫେରି ଆସନ୍ତୁ। ଏପଟେ ଲତାଙ୍କ ଭଉଣୀ ଉଷା ମଙ୍ଗେସକର କହିଛନ୍ତି ତାଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଘଟିଛି। ହେଲେ ଏବେ ତାଙ୍କ ବୟସକୁ ଦେଖି ଆମେ କିଛି ସମୟ ପାଇଁ ତାଙ୍କୁ ହସ୍ପିଟାଲରେ ରଖିବାକୁ ଚାହୁଁଛୁ। ସୂଚନାଯୋଗ୍ୟ, ଲତାଙ୍କର ଶ୍ୱାସକ୍ରିୟା ଜନିତ ସଂକ୍ରମଣ ଯୋଗୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Share