Categories: ଜାତୀୟ

ଲତା ମଙ୍ଗେସ୍‌କରଙ୍କୁ ଫୋନ କରି ଏମିତି କହିଲେ ମୋଦି

ନୂଆଦିଲ୍ଲୀ, ୨୯।୯: ସୁର ସମ୍ରାଜ୍ଞୀ ତଥା ଭାରତରତ୍ନ ଲତା ମଙ୍ଗେସ୍‌କର ୯୦ତମ ଜନ୍ମଦିନ ଶନିବାର ଧୁମଧାମରେ ପାଳନ କରିଛନ୍ତି। ଏହାର ଦିନକ ପରେ ନିଜ ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ପୁଣି ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ ତାଙ୍କ ମନ କଥା ଖୋଲି କହିଛନ୍ତି। କାର୍ଯ୍ୟକ୍ରମ ଆରମ୍ଭରେ ପ୍ରଧାନମନ୍ତ୍ରୀ କୋକିଳକଣ୍ଠୀ ଗାୟିକାଙ୍କୁ ଅଭିନନ୍ଦନ ଜଣାଇଥିଲେ। ସେ କହିଥିଲେ, ଏମିତି କେହି ନ ଥିବେ, ଯିଏ ଲତା ମଙ୍ଗେସ୍‌କରଙ୍କୁ ସମ୍ମାନ ପ୍ରଦର୍ଶନ କରନ୍ତି ନାହିଁ। ଆମ୍ଭମାନଙ୍କ ମଧ୍ୟରୁ ଅର୍ଥାତ୍‌ ଅଧିକାଂଶଙ୍କଠାରୁ ସେ ବୟୋଜ୍ୟେଷ୍ଠା ଏବଂ ଦେଶର ବିଭିନ୍ନ ଯୁଗ ଦେଖିଛନ୍ତି। ଆମେ ତାଙ୍କୁ ‘ଦିଦି’ ବୋଲି ସମ୍ବୋଧନ କରୁ। ମୋଦି ଲତାଙ୍କୁ ଜନ୍ମଦିନ ପୂର୍ବରୁ ଫୋନ କରି ଶୁଭେଚ୍ଛା ଜଣାଇଥିଲେ। ଏହି ବାର୍ତ୍ତାଳାପ ବଡ଼ଦିଦି ଏବଂ ଛୋଟ ଭାଇଙ୍କ ପରିଥିଲା। ଲତାଙ୍କ ମା’ ଗୁଜରାଟୀ ହୋଇଥିବାରୁ ଯେତେବେଳେ ବି ଦିଦିଙ୍କ ସହ ଭେଟ ହେଉଥିଲା, ସେତେବେଳେ ମୋତେ ଗୁଜରାଟୀ ଖାଦ୍ୟ ଖୋଇବାକୁ ମିଳୁଥିଲା। ଦିଦି ଏଥର ମଧ୍ୟ ଭେଟ ହେଲେ ଗୁଜୁରାଟୀ ଖାଦ୍ୟ ଖାଇବାକୁ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିବା ମୋଦି କହିଛନ୍ତି।

Share