Categories: ଜାତୀୟ

ଲଦାଖରେ ପୁଣି ଭାରତୀୟ ଯବାନ-ଚାଇନା ସୈନ୍ୟ ମୁହାଁମୁହିଁ

ନୂଆଦିଲ୍ଲୀ,୧୨।୯: ଲଦାଖରେ ପୁଣିଥରେ ଭାରତୀୟ ଯବାନ ଓ ଚାଇନା ସୈନ୍ୟ ମୁହାଁମୁହିଁ ହୋଇଛନ୍ତି। ପୋଙ୍ଗା ହ୍ରଦର ଉତ୍ତର ପାର୍ଶ୍ୱରେ ଭାରତୀୟ ଯବାନ ପାଟ୍ରୋଲିଂ କରୁଥିବା ସମୟରେ ଚାଇନା ସୈନ୍ୟଙ୍କ ସହିତ ସେମାନେ ମୁହାଁମୁହିଁ ହୋଇଥିଲେ। ଏନେଇ ଦୁଇପକ୍ଷଙ୍କ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିଲା। ଏହାପରେ ସୀମାରେ ଉଭୟେ ଅଧିକ ସଂଖ୍ୟକ ସୈନ୍ୟ ମୁତୟନ କରିଥିଲେ। ପରେ ପ୍ରତିନିଧି ସ୍ତରୀୟ ଆଲୋଚନା ହୋଇ ଦୁଇପକ୍ଷଙ୍କ ମଧ୍ୟରେ ଉତ୍ତେଜନା କମିଥିଲା। ପ୍ରତିନିଧିସ୍ତରୀୟ ଆଲୋଚନାରେ ବ୍ରିଗେଡିୟରମାନେ ଯୋଗଦେଇଥିବା କୁହାଯାଉଛି।

Share