ଲବଙ୍ଗ ତେଲରେ ରହିଛି ସୌନ୍ଦର୍ଯ୍ୟ ବୃଦ୍ଧି ଗୁଣ

ଲବଙ୍ଗରେ ଅନେକ ଉପକାରୀ ଗୁଣ ରହିଛି। ଏହାକୁ ମସଲା ଭାବେ ବ୍ୟବହାର  ସହ ଥଣ୍ଡାରୁ ମୁକ୍ତି ପାଇବା ଲାଗି ଚା’ରେ ମଧ୍ୟ ବ୍ୟବହୃତ ହୋଇଥାଏ । ଏହା ପାଟି ଦୁର୍ଗନ୍ଧ ମଧ୍ୟ ଦୂର କରେ। ଅନ୍ୟପକ୍ଷରେ ଏହାର ସୌନ୍ଦର୍ଯ୍ୟ ବୃଦ୍ଧି ଗୁଣ ରହିଛି। ଏହାର ତେଲକୁ ମୁହଁରେ ଲଗାଇଲେ ନାଲି ବ୍ରଣ ସମସ୍ୟାରୁ ମୁକ୍ତି ମିଳେ। ତେବେ ଜାଣନ୍ତୁ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ କିପରି କରିବେ ଲବଙ୍ଗର ବ୍ୟବହାର..

– ଲବଙ୍ଗରେ ଆଣ୍ଟିସେଫ୍ଟି, ଭିଟାମିନ୍‌ ସି, ଭିଟାମିନ୍‌ ଇ, ଆଣ୍ଟି ବ୍ୟାକ୍ଟେରିଆଲ ଗୁଣ ରହିଥାଏ। ଏହା ତ୍ୱଚା ଭିତରକୁ ଯାଇ ଅନେକ ସମସ୍ୟା ଦୂର କରିଥାଏ।

– ଯଦି ବ୍ରଣ ବା ନାଲି ଦାଗ ସମସ୍ୟା ନେଇ ଚିନ୍ତିତ ଥାଆନ୍ତି, ତେବେ ଏଥିରୁ ମୁକ୍ତି ପାଇବା ଲାଗି ଲବଙ୍ଗ ତେଲ ବ୍ୟବହାର କରନ୍ତୁ। ଏହାର ତେଲ ଶରୀରର ଶୁଷ୍କତାକୁ ଦୂର କରିଥାଏ।

-ପ୍ରାକୃତିକ ଉଜ୍ଜ୍ୱଳ ତ୍ୱଚା ପାଇବା ପାଇଁ ଏହି ତେଲ ମୁହଁରେ ମାଲିସ କଲେ ଖୁବ୍‌ ଅଳ୍ପଦିନ ମଧ୍ୟରେ ଏହାର ପ୍ରଭାବ ପଡ଼ିବା ଆରମ୍ଭ ହୋଇଥାଏ।

– ଲବଙ୍ଗ ତେଲ ଅଧିକ କଟୁ ହୋଇଥାଏ। ଯଦି ଏହାକୁ ବ୍ୟବହାର କରୁଛନ୍ତି, ତେବେ ବାଦାମ କିମ୍ବା ନଡ଼ିଆ ତେଲରେ ମିଶାଇ ବ୍ୟବହାର କରନ୍ତୁ। ନଚେତ ଖାଲି ୨ରୁ ୩ ବୁନ୍ଦା ବ୍ୟବହାର କରନ୍ତୁ।

– ୨ ବୁନ୍ଦା ଲବଙ୍ଗ ତେଲ ଓ ୫ ବୁନ୍ଦା ନଡ଼ିଆ ତେଲ ମିଶାଇ ମୁହଁରେ ମାଲିସ କଲେ ଚର୍ମ କୁଞ୍ଚନ ସମସ୍ୟା ମଧ୍ୟ ଦୂର ହୋଇଥାଏ।