‘ଲଭ୍‌ ଆଜକଲ୍‌ ୨’ ରିଲିଜ ପାଇଁ ବ୍ୟସ୍ତ ସାରା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସାରା ଅଲି ଖାନ୍‌ ବର୍ତ୍ତମାନ ଇମ୍‌ତିଆଜ୍‌ ଅଲିଙ୍କ ‘ଲଭ୍‌ ଆଜ୍‌କଲ୍‌ ୨’ ରିଲିଜ ପାଇଁ ବ୍ୟସ୍ତ ରହୁଛନ୍ତି। ସେ ଏଥିରେ କାର୍ତ୍ତିକ ଆର୍ଯ୍ୟନ୍‌ଙ୍କ ସହିତ ସ୍କ୍ରିନ୍‌ ଶେୟାର କରିବେ। ସାରା ମଧ୍ୟ ଡାଭିଡ ଧାଓ୍ବନଙ୍କ ରିମେକ୍‌ ଫିଲ୍ମ ‘କୁଲି ନଂ.୧’ରେ ବରୁଣ ଧାଓ୍ବନଙ୍କ ସହ ଦେଖିବାକୁ ମିଳିବେ। ସାରା ବୁଧବାର ମା’ ଅମ୍ରିତା ସିଂଙ୍କ ସହିତ ଏକ ଫଟୋକୁ ସୋସିଆଲ ମିଡିଆରେ ଶେୟାର କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏହି ଫଟୋରେ ସାରା ଖୁବ୍‌ ହୃଷ୍ଟପୁଷ୍ଟ ଦେଖା ଯାଉଛନ୍ତି। ସେ ତାଙ୍କ ମା’ ଅମ୍ରିତା ସିଂଙ୍କୁ ଆଲିଙ୍ଗନ କରିଥିବା ଦେଖାଯାଉଛି। ଏହି ଅଭିନେତ୍ରୀ ଶେଷଥର ପାଇଁ ‘ସିମ୍ବା’ରେ ଦର୍ଶକଙ୍କ ନଜରକୁ ଆସିଥିଲେ।

Share