ଲଭ୍‌ ଚର୍ଚ୍ଚରେ କେବଳ ଦମ୍ପତି ପାଳନ୍ତି କ୍ରିସ୍‌ମାସ

ଆସୁଛି କ୍ରିସ୍‌ମାସ। ବିଦେଶରେ ପାଳନ କରାଯାଉଥିବା ପର୍ବ ମଧ୍ୟରେ ଏହା ଏକ ନିଆରା ପର୍ବ। ଅନେକ ଖ୍ରୀଷ୍ଟିଆନ୍‌ ଧର୍ମାବଲମ୍ବୀ ରାଷ୍ଟ୍ରରେ ଖୁବ୍‌ ଧୁମ୍‌ଧାମରେ ଏହି ପର୍ବ ପାଳନ କରାଯାଇଥାଏ। ଏହି ସମୟରେ ବେଲଜିୟମର ‘ଦ ଚର୍ଚ୍ଚ ଅଫ୍‌ ଲଭ୍‌’ କିନ୍ତୁ ସମସ୍ତଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଯାଇଥାଏ।

ବେଲଜିୟମର ଟୁମୋରୋଲାଣ୍ଡରେ ରହିଛି ‘ଦ ଚର୍ଚ୍ଚ ଅଫ୍‌ ଲଭ୍‌’। ବିଶ୍ୱରେ ଏହାର ରହିଛି ଏକ ସ୍ବତନ୍ତ୍ର ପରିଚୟ। ବିଶେଷ କରି କ୍ରିସ୍‌ମାସ ଅବସରରେ ଏଠାରେ ଲାଗେ ଦମ୍ପତିଙ୍କର ଭିଡ଼। ଏଠି ଦମ୍ପତିଙ୍କୁ ମିଳେ ଅନେକ ସୁବିଧା ସୁଯୋଗ। ସେଥିପାଇଁ ବିଭିନ୍ନ ଦେଶରୁ ଏଠାକୁ ଏମାନଙ୍କର ଲାଗେ ଲମ୍ବାଧାଡି।

‘ଦ ଚର୍ଚ୍ଚ ଅଫ୍‌ ଲଭ୍‌’ରେ ପହଞ୍ଚିବା ପରେ ସେମାନଙ୍କୁ ସ୍ବାଗତ କରାଯାଏ। ଏହାସହ ଏମାନଙ୍କୁ ଏକାଠି ସମୟ କାଟିବାକୁ ମଧ୍ୟ ସୁଯୋଗ ମିଳିଥାଏ। ଏହି ଚର୍ଚ୍ଚରେ ଥିବା ନନ୍‌ ଏଥିପାଇଁ ସବୁ ସୁବିଧା କରାଇଥାଆନ୍ତି। ଏମିତିକି ନନ୍‌ଙ୍କ ଉପସ୍ଥିତିରେ ଏଠାରେ ଦମ୍ପତିମାନେ ଶାରୀରିକ ସମ୍ପର୍କ ରଖିବାକୁ ଅନୁମତି ମିଳିଥାଏ।

କେବଳ ସେତିକି ନୁହେଁ। ଏହି ସମ୍ପର୍କ ପାଇଁ ସେମାନଙ୍କୁ ମାତ୍ର ୧୦ ମିନିଟ୍‌ ସମୟ ଦିଆଯାଉଥିବା ବେଳେ ସୁରକ୍ଷିତ ସମ୍ପର୍କ ରଖିବାର ବ୍ୟବସ୍ଥା ମଧ୍ୟ କରାଯାଇଥାଏ। ଆକର୍ଷଣୀୟ ପିଙ୍କ୍‌ କଲରରେ ସଜା ଯାଇଥିବା ଏହି ଚର୍ଚ୍ଚରେ ଦମ୍ପତିଙ୍କ ମଧ୍ୟରେ ଆୟୋଜିତ ହୋଇଥାଏ କିସିଂ ଫାଇଟ୍‌। ଏହାସହ ମ୍ୟୁଜିକାଲ ନାଇଟ୍‌ର ମଧ୍ୟ ଆୟୋଜନ କରାଯାଇଥାଏ।

ବର୍ଷକରେ ଥରେ ଏମିତି ସୁଯୋଗକୁ ହାତଛଡା କରିବାକୁ ଚାହାଁନ୍ତି ନାହିଁ ଅନେକ ଦମ୍ପତି। ତେଣୁ ଏଠାକୁ ଆସିବାକୁ ଚାହୁଁଥିବା ଦମ୍ପତି କିଛିଦିନ ଆଗରୁ ଚର୍ଚ୍ଚ ବୁକ୍‌ କରିଥାଆନ୍ତି ବୋଲି ସେଠାକାର ନନ୍‌ କୁହନ୍ତି।

Share