ଲଭ୍‌ ୟୁ ପ୍ରିୟା

ଭଲ ପାଇବାରେ ଆବିଳତା ନ ଥିଲେ ସେଥିରେ ସକ୍‌ସେସ ହେବାର ଚାନ୍ସ ଅଧିକ। ଗଁାରୁ ସହର ଯାଇଥିବା ପୁଅଟି ସେଠାରେ ଜଣେ ସୁନ୍ଦରୀ ପ୍ରେମରେ ପଡ଼ିଯାଏ। ହେଲେ ସେହି ଝିଅ ମନରେ ତା’ ପୂର୍ବରୁ ଆଉ ଜଣେ ବସା ବାନ୍ଧି ସାରିଥାଏ। ତଥାପି ମନପ୍ରାଣ ଦେଇ ନିଜ ପ୍ରେମକୁ ସାର୍ଥକ କରିବାକୁ ଲାଗିପଡେ ସେ। ହେଲେ ସମୟ ଚକ୍ରରେ ପ୍ରେମିକାର ମନ ବଦଳି ଯାଏ କି ? ସେହି ଝିଅ ଯାହାକୁ ପୂର୍ବରୁ ଭଲ ପାଉଛି ସେ ତାକୁ ବୋହୂ ରୂପରେ ଘରକୁ ନେଇଯାଏ କି ? ଗଁାରୁ ଆସିଥିବା ସେହି ପିଲାର ପ୍ରେମକୁ ଝିଅଟି ଗ୍ରହଣ କରେ କି ? ଏସବୁ ପ୍ରଶ୍ନର ଉତ୍ତର ରହିଛି ନିର୍ମାଣାଧୀନ ଓଡ଼ିଆ ସିନେମା ‘ଲଭ୍‌ ୟୁ ପ୍ରିୟା’ରେ। ଏପରି ଏକ ଭିନ୍ନ ଧରଣର ପ୍ରେମ କାହାଣୀକୁ ନେଇ ଓଡ଼ିଆ ଚଳଚ୍ଚିତ୍ରଟିକୁ ପ୍ରଯୋଜନା କରିଛନ୍ତି ଜୟ ସେନ୍‌। ଜେ.ଏଚ.ବି. ଟିଭି ବ୍ୟାନରରେ ନିର୍ମିତ ହେଉଥିବା ଉକ୍ତ ସିନେମାର କାହାଣୀ, ଚିତ୍ରନାଟ୍ୟ ରଚନା ସହ ନିର୍ଦ୍ଦେଶନା ଦେଇଛନ୍ତି ନବାଗତ ବିବେକ କୁମାର। ସଂଳାପ ଲେଖିଛନ୍ତି ଆଶୁତୋଷ ବାରିକ। ଗୀତଗୁଡିକୁ ସ୍ବର ଦେଇଛନ୍ତି ଆଶିଷ କୁମାର ଏବଂ ସିନେମାଟୋଗ୍ରାଫି ଦାୟିତ୍ୱ ତୁଲାଇଛନ୍ତି ଧୀରେନ। ‘ଅଜାତଶତ୍ରୁ’ରୁ ନିଜର ଆକ୍ଟିଂ କ୍ୟାରିିୟର ଆରମ୍ଭ କରିଥିବା ସୋହମ ସିଂ ଏହାର ନାୟକ ସାଜିଥିବା

Share