ଲଭ୍‌ ଲାଇଭକୁ ନେଇ ମୁହଁ ଖୋଲିଲେ ତମନ୍ନା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ତମନ୍ନା ଭାଟିଆ କିଛିଦିନ ହେବ ତାଙ୍କ ଲଭ ଲାଇଭ ନେଇ ଚର୍ଚ୍ଚାରେ ରହୁଥିଲେ। ଅଭିନେତ୍ରୀଙ୍କୁ ବିଜୟ ବର୍ମାଙ୍କ ସହ ଅନେକଥର ଦେଖିବାକୁ ମିଳିଛି। ଗୋଆରେ ହୋଇଥିବା ନବବର୍ଷ ଉତ୍ସବରେ ଏମାନେ ଏକାଠି ନଜର ଆସିଥିଲେ। ସେ ସମୟରେ ପରସ୍ପରକୁ ଆଲିଙ୍ଗନ ସହ କିସ୍‌ର ଭିଡିଓ ଭାଇରାଲ ହୋଇଥିଲା। ଏହାପରେ ମଧ୍ୟ ଦୁହିଁଙ୍କୁ ଡିନର ଡେଟ୍‌ ଓ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା। ଏହି ତମନ୍ନା ତାଙ୍କ ଲଭ ଲାଇଭ୍‌ ବାବଦରେ ମିଡିଆ ଆଗରେ ପ୍ରଥମଥର ପାଇଁ ମୁହଁ ଖୋଲିଛନ୍ତି। ନେଟଫ୍ଲିକ୍ସର ଫିଲ୍ମ ‘ଲଷ୍ଟ ଷ୍ଟୋରି ୨’ରେ ତମନ୍ନା ଏବଂ ବିଜୟ ନିକଟତର ହୋଇଥିଲେ। ଏକ ସାକ୍ଷାତକାରରେ ତମନ୍ନା କହିଛନ୍ତି, ‘ଜଣେ ବ୍ୟକ୍ତି ଅଛନ୍ତି, ଯାହା ବିଷୟରେ ମୁଁ ବହୁତ ଚିନ୍ତା କରେ ା କାରଣ ସେ ମୋର ହାପି ପ୍ଲେସ୍‌। ସେ ଜଣେ ଏପରି ବ୍ୟକ୍ତି ଯିଏ ମତେ ସମ୍ପୂର୍ଣ୍ଣ ଭାବେ ବୁଝିଛନ୍ତି। ତେବେ ତମନ୍ନା ୨୦୦୫ରେ ତାଙ୍କ ବଲିଉଡ୍‌ର କ୍ୟାରିୟର ହିନ୍ଦୀ ଫିଲ୍ମରୁ ଆରମ୍ଭ କରିଥିଲେ। ପରେ ସେ ଅନେକ ତାମିଲ, ତେଲୁଗୁରେ ଅଭିନୟ କରିଛନ୍ତି। ଶେଷଥର ପାଇଁ ତାଙ୍କୁ ଏକ ତେଲୁଗୁ ଫିଲ୍ମରେ ଦେଖିବାକୁ ମିଳିଥିଲା। ଏବେ ତାଙ୍କ ହାତରେ ଅନେକ ମୁଭି ରହିଛି। ସେଥିରୁ ଗୋଟିଏ ଚଳଚ୍ଚିତ୍ରର ଶୁଟିଂ ସରିଥିବାବେଳେ ଅନ୍ୟ ସବୁର ଶୁଟିଂ ଚାଲୁ ରହିଛି।

Share