‘ଲଭ୍‌ ଆଜ କଲ୍‌’ ପ୍ରଥମ ଦିନରେ ଆୟ କଲା ୧୨ କୋଟି

ମୁମ୍ବାଇ: ଭାଲେଣ୍ଟାନ୍ନନ୍ସ ଡେ’ରେ ରିଲିଜ୍‌ ହୋଇଥିବା ଇମତିଆଜ ଅଲ୍ଲିଙ୍କ ଫିଲ୍ମ ‘ଲଭ୍‌ ଆଜ କଲ୍‌’ ପ୍ରଥମ ଦିନରେ ଭଲ ବ୍ୟବସାୟ କରିଥିବା ଜଣାପଡିଛି। ସାରା ଅଲି ଖାଁ ଓ କାର୍ତ୍ତକ ଆର୍ଯ୍ୟନଙ୍କ ଅଭିନୀତ ଏହି ଫିଲ୍ମ ପ୍ରଥମ ଦିନରେ ଡବଲ ଡିଜିଟ୍‌ ବ୍ୟବସାୟ କରିଥିବା ଆଲୋଚନା ହେଉଛି। ତେବେ ପ୍ରଥମ ଦିନରେ ଫିଲ୍ମ ୧୨.୪୦ କୋଟି ଟଙ୍କା ଆୟ କରିଥିବା ଜଣାପଡିଛି। ତେବେ ଭାଲେଣ୍ଟାଇନ୍ସ ଡେ’ରେ ଏହା ରିଲିଜ୍‌ ହୋଇଥିବାରୁ ଏମିତି ବ୍ୟବସାୟ କରିଥିବା ଫିଲ୍ମ କ୍ରିଟିକ ତରଣ ଆଦର୍ଶ ସୂଚନା ଦେଇଛନ୍ତି। ଆଉ ଫିଲ୍ମରେ କାର୍ତ୍ତିକ ଓ ସାରାଙ୍କ କେମେଷ୍ଟ୍ରିକୁ ଦର୍ଶକେ ବେଶ୍‌ ପସନ୍ଦ କରୁଥିବା ଦେଖାଯାଇଛି। କୁହାଯାଉଛି କାର୍ତ୍ତିକଙ୍କର ଏହା ସବୁଠାରୁ ବଡ ଓପନିଙ୍ଗ ଫିଲ୍ମ। ହେଲେ ଆଗକୁ ଏହା କେମିତି ବ୍ୟବସାୟ କରୁଛି ତାହା ଉପରେ ସମସ୍ତଙ୍କ ନଜର।

Share