Categories: ଫୁରସତ

ଲମ୍ବା ଓଠଥିବା ମହିଳା ଅଧିକ ରୋମାଣ୍ଟିକ

ଶରୀରର ସବୁଠାରୁ ସୁନ୍ଦର ଅଙ୍ଗ ମଧ୍ୟରେ ଓଠ ଅନ୍ୟତମ। ମହିଳାଙ୍କ ଓଠ ହିଁ ପୁରୁଷମାନଙ୍କୁ ଆକର୍ଷିତ କରିଥାଏ। ତେବେ ଏହି ଓଠକୁ ଦେଖି ଜାଣି ହୁଏ ମହିଳାଙ୍କ ସ୍ବଭାବ ବିଷୟରେ। ଓଠ ହେଉଛି ସବୁଠାରୁ ସମ୍ବେଦନଶୀଳ ଅଙ୍ଗ। ଓଠରେ ଛିଦ୍ର ନ ଥିବାରୁ ଏହା ସହଜରେ ଶୁଖିଯାଏ ଓ ଝାଳ ବାହାରି ନ ଥାଏ। ଆହୁରି ମଧ୍ୟ ବୟସ ବଢିଲେ ଓଠର ଆକାରରେ ପରିବର୍ତ୍ତନ ହୋଇଥାଏ। ତେବେ ଯୁବାବସ୍ଥାରେ ଓଠର ଆକାର ଦେଖି ଜଣେ ମହିଳାଙ୍କ ସ୍ବଭାବ ବିଷୟରେ ଜାଣିହୁଏ। ଯେଉଁମାନଙ୍କର ଓଠ ଲାଲ ଓ ପତଳା ହୋଇଥାଏ ସେମାନେ ଟିକେ ଅଧିକ ରୋମାଣ୍ଟିକ ବୋଲି କୁହାଯାଏ। ହେଲେ ଯେଉଁମାନଙ୍କ ଓଠ ବାହାରକୁ ସାମାନ୍ୟ ବାହାରି ରହିଥାଏ ଓ ଲମ୍ବା ହୋଇଥାଏ ସେମାନେ ସାମନ୍ୟ ରୋମାଣ୍ଟିକ ବୋଲି କୁହାଯାଏ।

Share