Categories: ଜାତୀୟ

ଲମ୍ବା କୁର୍ତ୍ତି ପିନ୍ଧିବାକୁ ରାଜି ନୁହେଁ କଲେଜ ଛାତ୍ରୀ

ହାଇଦ୍ରାବାଦ,୧୬।୯: ଆନ୍ଧ୍ରପ୍ରଦେଶ ରାଜଧାନୀ ହାଇଦ୍ରାବାଦର ଏକ କଲେଜରେ ପ୍ରଶାସନ ପକ୍ଷରୁ ଆଣ୍ଠୁ ତଳକୁ କୁର୍ତ୍ତି ପିନ୍ଧିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସର୍ଟ କୁର୍ତ୍ତି, ସ୍ଲିବଲେସ୍‌ ଆଦି ପିନ୍ଧିବାକୁ କଲେଜ ପ୍ରଶାସନ ବାରଣ କରିଥିଲା। ହେଲେ ଏହାକୁ ବିରୋଧ କରି ସୋମବାର ଛାତ୍ରୀମାନେ ବିରୋଧ ପ୍ରଦର୍ଶନ କରିଛନ୍ତି। ସୂଚନା ମୁତାବକ କଲେଜରେ ଛାତ୍ରୀମାନଙ୍କ କୁର୍ତ୍ତିର ଲମ୍ବା ମାପିବାକୁ ଜଣେ ମହିଳା ସୁକ୍ୟୁରିଟି ଗାର୍ଡକୁ ନିଯୁକ୍ତ କରାଯାଇଛି। ସେ ଛାତ୍ରୀମାନଙ୍କର ଆଇକାର୍ଡ ସହ କୁର୍ତ୍ତିର ଲମ୍ବା କେତେ ତାହା ମାପୁଛନ୍ତି। କଲେଜ ପ୍ରଶାସନ ପକ୍ଷରୁ ଏହା ଗତ ଅଗଷ୍ଟ ପହିଲାରୁ ଲାଗୁ କରାଯାଇଛି। ଏମିତିକି ସିକ୍ୟୁରିଟି ଗାର୍ଡ ପିଲାଙ୍କର କୁର୍ତ୍ତିର ଲମ୍ବ ମାପ କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ମଧ୍ୟ ହେଉଛି। ଆଉ ଯେଉଁମାନେ ଛୋଟ କୁର୍ତ୍ତି ପିନ୍ଧିଛନ୍ତି ସେମାନଙ୍କୁ ବାହାରେ ଠିଆ କରି ଦିଆଯାଉଛି। ଛାତ୍ରୀମାନଙ୍କର କହିବା କଥା ହେଲା ଏବେ ସବୁଠି ମହିଳା ସଶକ୍ତି କରଣ କଥା କୁହାଯାଉଥିବା ବେଳେ ଏମିତି ନିୟମ କେତେଦୂର ଯୁକ୍ତିଯୁକ୍ତ।

Share