Categories: ଫୁରସତ

ଲମ୍ବା ନାକ ଲାଗି ଭାଙ୍ଗିଗଲା ବାହାଘର

ବେଙ୍ଗାଲୁରୁ: ସାଧାରଣତଃ ଯୌତୁକ ପାଇଁ ବାହାଘର ଭାଙ୍ଗି ଯାଇଥାଏ ବୋଲି ଉଣା ଅଧିକେ ସମସ୍ତେ ଜାଣନ୍ତି। ମାତ୍ର ଜଣେ ଯୁବକଙ୍କ ଲମ୍ବା ନାକ ଯୋଗୁ ବାହାଘର ଭାଙ୍ଗିଯିବା କଥା ଆଶ୍ଚର୍ଯ୍ୟଜନକ। କିନ୍ତୁ ଏପରି ଘଟଣା ଦେଖିବାକୁ ମିଳିଛି ବେଙ୍ଗାଲୁରୁରେ। ଏଠାରେ ରହୁଥିବା ଜଣେ ଯୁବକ ମ୍ୟାଟ୍ରିମୋନିଆଲରେ ଜଣେ ଯୁବତୀଙ୍କ ସହ ପରିଚିତ ହୋଇ ବିବାହ ସ୍ଥିରୀକୃତ ହୋଇଥିଲା। ଏଥିପାଇଁ ଏନ୍‌ଗେଜ୍‌ମେଣ୍ଟ ବା ନିର୍ବନ୍ଧ ହୋଇସାରିଥିଲା। ଯୁବତୀ ଜଣକ ଯେତେବେଳେ ଜାଣିଲେ ବିବାହ କରିବାକୁ ଯାଉଥିବା ଯୁବକଙ୍କ ନାକ ଖୁବ୍‌ ବଡ଼। ସେତେବେଳେ ସେ ବାହାଘର ଭାଙ୍ଗି ଦେଇଥିଲେ। ଏହା ପରେ ଯୁବକ ଜଣକ ସଂପୃକ୍ତା ଯୁବତୀ ଏବଂ ତାଙ୍କ ପରିବାରବର୍ଗଙ୍କ ନାମରେ ଧୋକା ଦେବା ଅଭିଯୋଗରେ ଥାନାରେ ମାମଲା ଦାୟର କରିଛନ୍ତି।


ସୂଚନାଯୋଗ୍ୟ, ବେଙ୍ଗାଲୁରୁରେ ରହୁଥିବା ରମେଶଙ୍କର ମ୍ୟାଟ୍ରିମୋନିଆଲ ମାଧ୍ୟମରେ ରଶ୍ମି ନାମକ ଜଣେ ଯୁବତୀଙ୍କ ସହ କଥାବାର୍ତ୍ତା ହୋଇଥିଲା। ରମେଶ ଜଣେ ସଫ୍ଟଓ୍ବେୟାର ଇଞ୍ଜିନିୟର। ଯୁବତୀ ଜଣକ ଆମେରିକାରେ ଚାକିରି କରନ୍ତି। ଦୁଇ ପରିବାରର ସହମତିରେ ୯ ସେପ୍ଟେମ୍ବର ୨୦୧୯ରେ ନିର୍ବନ୍ଧ ହୋଇଥିଲା। ୩୦ ଜାନୁୟାରୀ ୨୦୨୦ରେ ବିବାହ ହୋଇଥାନ୍ତା। ଏଥିପାଇଁ ସମସ୍ତ ପ୍ରସ୍ତୁତି ମଧ୍ୟ ସରିଥିଲା। ଯେତେବେଳେ ସେ ରଶ୍ମିଙ୍କ ସହ କଥା ହେଲେ ସେ ତାଙ୍କୁ ଥଟ୍ଟା ପରିହାସ କରି ପ୍ଲାଷ୍ଟିକ୍‌ ସର୍ଜରୀ ପାଇଁ ପରାମର୍ଶ ଦେଇ ସମ୍ପର୍କ ଭାଙ୍ଗି ଦେଇଥିଲେ।

Share