ଦୀର୍ଘଦିନ ପରେ କୋମୋଲିକା ଚରିତ୍ରରେ ଛୋଟ ପରଦାକୁ ଫେରିଲେ ଆମନା

ଛୋଟ ପରଦାରେ ପ୍ରସାରିତ ହେଉଥିବା ସଫଳ ଧାରାବାହିକ ‘କହିଁ ତୋ ହୋଗା’ରେ କଶିଶ ଚରିତ୍ର କଥା ପ୍ରାୟ ସମସ୍ତଙ୍କର ମନେଥିବ। ଏଥିରେ କଶିଶ ଚରିତ୍ରରେ ଆମନା ଶରିଫ ଅଭିନୟକରି ଘରେ ଘରେ ପରିଚିତ ହୋଇଥିଲେ। ପରେ ସେ କେତୋଟି ଧାରାବାହିକ ସହ ଫିଲ୍ମରେ ମଧ୍ୟ କାମ କଲେ। ୨୦୧୩ ମସିହାରେ ଆମନା ପ୍ରେମିକ ଅମିତ କପୁରଙ୍କୁ ବିବାହ କରିବା ପରେ ଅଭିନୟଠାରୁ ଦୂରେଇ ଯାଇଥିଲେ। ଏବେ ପୁଣିଥରେ ସେ ଛୋଟ ପରଦାକୁ ଫେରିଛନ୍ତି। ଏକତା କପୁରଙ୍କ ଧାରାବାହିକ ‘କସୌଟି ଜିନ୍ଦେଗି କି’ରେ ସେ କୋମୋଲିକା ଚରିତ୍ରରେ ଅଭିନୟ କରୁଛନ୍ତି। ପୂର୍ବରୁ ହିନା ଖାନ୍‌ ଏହି ଚରିତ୍ରରେ ଅଭିନୟ କରୁଥିଲେ।
୨୦୦୩ ମସିହାରେ ଆମନା ଛୋଟ ପରଦାରେ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ। ‘ହୋଙ୍ଗେ ଜୁଦା ନା ହମ୍‌’ ଏବଂ ‘ନାୟିକା’ ପରି ଧାରାବାହିକରେ କାମ କରିଛନ୍ତି। ପରେ ସେ ବଡ଼ ପରଦାରେ ‘ଆଲୁ ଚାଟ’, ‘ଆଓ ଓ୍ବିସ୍‌ କରେ’, ‘ଶକଲ ପେ ମତ୍‌ ଜା’ ପରି ସିନେମାରେ କାମ କରିଛନ୍ତି। ୨୦୧୫ରେ ସେ ଏକ ପୁଅ ସନ୍ତାନର ଜନନୀ ହୋଇଥିଲେ।

Share