Categories: ବାଣିଜ୍ୟ

ଲଳିତ ମୋଦିଙ୍କ ସ୍ବିସ ବ୍ୟାଙ୍କ ତଥ୍ୟ ମାଗିଲେ ସରକାର

ନୂଆଦିଲ୍ଲୀ,୩-୧୦: କଳାଧନ ଉପରେ କାର୍ଯ୍ୟାନୁଷ୍ଠାନ ମୁତାବକ ସରକାର ପୂର୍ବତନ ଆଇପିଏଲ୍‌ କମିଶନର ଲଳିତ ମୋଦି ଏବଂ ତାଙ୍କ ସ୍ତ୍ରୀ ମୀନଲଙ୍କ ସ୍ବିସ ବ୍ୟାଙ୍କରେ ଜମା ତଥ୍ୟ ସେଠାକାର କତ୍ତୃପକ୍ଷଙ୍କୁ ମାଗିଥିଲେ। ଭାରତର ଅନୁରୋଧ ପରେ ସୁଇଜରଲାଣ୍ଡ ପକ୍ଷରୁ ଲଳିତ ମୋଦି ଏବଂ ତାଙ୍କ ସ୍ତ୍ରୀଙ୍କୁ ପବ୍ଲିକ ନୋଟିସ ଜାରି କରାଯାଇଛି। ବେଆଇନ ଅର୍ଥ କାରବାର ମାମଲାରେ ତଥ୍ୟ ଆଦାନ ପ୍ରଦାନ ଲାଗି ଭାରତ ସହ ସୁଇଜରଲାଣ୍ଡ ଚୁକ୍ତିରେ ସାମିଲ ହୋଇଛି। ଏହି ଆଧାରରେ ସୁଇଜରଲାଣ୍ଡର ସଂଘୀୟ ଟିକସ ପ୍ରଶାସନ(ଏଫଟିଏ) ଲଳିତ ଏବଂ ତାଙ୍କ ସ୍ତ୍ରୀଙ୍କ ନାମ ପ୍ରକାଶ କରିଥିଲେ। ୨୦୧୦ରୁ ଲଣ୍ଡନରେ ରହୁଥିବା ଲଳିତଙ୍କ ବିରୋଧରେ ଏବେ ଅର୍ଥ ହେରଫେର ମାମଲା ଚାଲିଛି। ତାଙ୍କ ବିରୋଧରେ ଆସିଥିବା ଏହି ଅଭିଯୋଗକୁ ସେ ମାନୁନାହାନ୍ତି। ୧୦ ଦିନ ମଧ୍ୟରେ ଉତ୍ତର ରଖିବାକୁ ଲଳିତଙ୍କୁ ସୁଇଜରଲାଣ୍ଡ କତ୍ତୃପକ୍ଷ କହିଛନ୍ତି।

Share