Advertisement

ଲାଇକ୍‌, ଭିଉଜ୍‌ ଜିଣୁଛି ଜୟପୁର ବିଧାୟକଙ୍କ ଗୀତ

ଜୟପୁର,୨୭ା୧୦(ନି.ପ୍ର.): ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଗୀତ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପୂର୍ବରୁ ବାହିନୀପତି ନିଜ ନିର୍ବାଚନମଣ୍ଡଳୀର ବିଭିନ୍ନ କାର୍ଯ୍ୟକ୍ରମ ମଞ୍ଚରେ ଲୋକଙ୍କ ସହ କେତେବେଳେ ଆଦିବାସୀ ନୃତ୍ୟରେ ନାଚିଛନ୍ତି ତ କେତେବେଳେ ଅର୍କେଷ୍ଟ୍ରାର ତାଳରେ ଡ୍ୟାନ୍ସ କରିଛନ୍ତି। କିନ୍ତୁ ଏବେ ତାଙ୍କ ସ୍ବରରେ ଗୋଟିଏ ପୁରୁଣା ଫିଲ୍ମର ବହୁ ଲୋକପ୍ରିୟ ଗୀତକୁ ସୋସିଆଲ ମିଡିଆରେ ଭିଉଜ, ଲାଇକ୍‌ ଓ ଶେୟାର ବଢ଼ିବାରେ ଲାଗିଛି। ‘ମୋ’ ପ୍ରିୟାଠାରୁ କିଏ ଅଧିକ ସୁନ୍ଦର’ ଭଳି ଲୋକପ୍ରିୟ ଗୀତ ଜାଗାରେ ସେ ନିଜ ସହଧର୍ମିଣୀଙ୍କୁ ସମ୍ବୋଧନ କରି ‘ମୋ ପ୍ରିୟା ମିନିଠାରୁ କିଏ ଅଧିକ ସୁନ୍ଦର’ ଗାଇଥିବା ୪୩ ସେକେଣ୍ଡର ଭିଡିଓ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ଖୋରାକ ଯୋଗାଇଛି। ଉଲ୍ଲେଖଯୋଗ୍ୟ, ସେ ଗାଇଥିବା ଗୀତରେ ମିନି ହେଉଛନ୍ତି କୋରାପୁଟ ଜିଲା କଂଗ୍ରେସର ପୂର୍ବତନ ସଭାନେତ୍ରୀ ମିନାକ୍ଷୀ ବାହୀନିପତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share