ଲାଇନ୍‌ଜୁରି ବେବସ୍‌ତା ଫେଲ: ମରନ୍‌ ଯଁତା ପାଲଟିଛେ ରାସ୍‌ତା

ଲାଠୋର, ୩।୩ (ଡି.ଏନ୍‌.ଏ.)-
ସରକାର ଲୁକ୍‌କର ଯିବାର ଆଏବାର ଲାଗି କୋଟି କୋଟି ଟଁକା ଖରଚ୍‌ କରି ରାସ୍‌ତାଘାଟ, ରାସ୍‌ତା ତରେ ପାଏନ୍‌ ଯିବାର ଲାଗି ଲାଇନ୍‌ଜୁରି ବେବସ୍‌ତା କରୁଛନ୍‌। ହେଲେ ଅନେକ ଜାଗାରେ ରାସ୍‌ତାଘାଟ, ଲାଇନ୍‌ଜୁରି ବେବସ୍‌ତା ଠିକ୍‌ ନାଇଁଥିବାର ଲାଗି ଲୋକ୍‌ ନାନା ସମସିଆର ସାମନା କରୁଥିବାର ଅଭିଯୋଗ ହେଉଛେ। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଅଧୀନ ଲାଠୋର ଗଁାରେ।
ସୂଚନା ଅନ୍‌ସାରେ ୧୨ ଓ୍ବାର୍ଡକେ ନେଇ ଗଠିତ ଲାଠୋର ଗଁାରେ ପାଖାପାଖି ୮ ହଜାର ଲୋକ୍‌ ବାସ କରୁଛନ୍‌। ଲାଠୋରଟା ଗୁଟେ ବେପାରବନିଜ କେନ୍ଦ୍ର ହିସାବେ ଜନାଶୁନା। ଫିଦିନ ଇଠାନକେ ବେପାରବନିଜ ଉଦେଶରେ ଲୋକ ଭିନେ ଭିନେ ଜିଲାରୁ ଯାଆସ କରୁଛନ୍‌। ସେ ହିସାବେ ଗାଡ଼ିମଟର ବି ଯିବଆର ଆଏବାର କରୁଛେ। ହେଲେ ଗଁାରେ ଲାଇନ୍‌ଜୁରି ବେବସ୍‌ତା ନଁାଇଁନ। ଏନ୍‌ତାଥି କଲେଜ ଛକରୁ ହନୁମାନ ଗୁଡ଼ି ତକ୍‌ ପିଡବ୍ଲୁଡି ରାସ୍‌ତାର ଅବସ୍‌ତା ବେହାଲ ହେଇ ମରନ୍‌ଯଁତା ପାଲଟିଛେ। ଲାଇନ୍‌ଜୁରି ବେବସ୍‌ତା ନାଇଁଥିବାର ଲାଗି ଦୁକାନ ବଜାର, ଲୁକ୍‌କର ଘରର ମଏଲା ପାଏନ୍‌ ସିଧା ରାସ୍‌ତା ଉପରକେ ଆସୁଛେ। ଇ ମଏଲା ପାଏନ୍‌ ରାସ୍‌ତାରେ ଦିନ୍‌ ଦିନ୍‌ ଧରି ଟୁଡ଼ି ରହିବାର ସଂଗେ ପରିବେଶ ପରଦୁଷିତ ହେଉଛେ। ମସା, ମାଛି, ନାନା ପୋକ୍‌ଜୋକ ନିଜର ବଉଁଶ ବଢ଼ଉଛନ୍‌। ଏନ୍‌ତାଥି ଲୋକ୍‌ ନାନା ରୋଗ୍‌ ବେମାରିରେ ପଡ଼ୁଥିବାର ବି ଅଭିଯୋଗ ହେଉଛେ। ଇଆଡ଼େ ବିଭାଗ ତରଫୁ ରାସ୍‌ତା ତିଆରି ନାଇଁ ହେବାର ଲାଗି ଗାଡ଼ିମଟର ଗଲା ଆଏଲା ସମିଆରେ ବହୁତ୍‌ ଧୁଇଲ ଉଡ଼ୁଛେ। ଯେନ୍‌ଥିରଲାଗି ଅନେକ ସମିଆରେ ଲୋକ୍‌ ଅଧ୍‌ନିଶାସି ହେଇଯାଉଛନ୍‌। ଦିନାକେତେ ଭିତରେ ବିଭାଗ ତରଫୁ ରାସ୍‌ତା ତିଆର ନାଇଁ ହେଲେ ଲାଠୋର ଗଁାରେ ଲୋକ୍‌ ନାନା ରୋଗ୍‌ ବେମାରିର ଶିକାର ହେବାରଟା ଥଏ ଆଏ ବଲି ବୁଧିଜୀବୀ ମହଲରୁ ମତ ପରକାଶ ପାଉଛେ। ରାସ୍‌ତା ଆର ଲାଇନ୍‌ଜୁରି ତିଆର ଲାଗି ଲାଠୋର ସରପଁଚ୍‌ ପିଡବ୍ଲୁଡି ବିଭାଗକେ ପଁଚେତ୍‌ ତରଫୁ ଚିଠି ଲେଖିଛନ୍‌। ହେଲେ ଆଏଜ୍‌ତକ ଇ ଦିଗେ ବିଭାଗ ତରଫୁ କେହେନ୍‌ସି ପରକାର ପଦକ୍ଷେପ ନାଇଁ ନିଆଯାଇ। ଦିନାକେତେ ଭିତରେ ବିଭାଗ ତରଫୁ ଇ ଦିଗେ ପଦକ୍ଷେପ ନାଇଁ ନେଲେ ଲାଠୋର ପଁଚେତ୍‌ ତରଫୁ ସରପଁଚ ପ୍ରବିଣ କୁମାର ଅଗ୍ରଓ୍ବାଲ କଣ୍ଟାବାଞ୍ଜି ପିଡବ୍ଲୁଡି ଅଫିସ ଘେରାଉ କରବେ ବଲି ସୂଚନା ଦେଇଛନ୍‌।