ଲାଇଫ୍‌ଷ୍ଟାଇଲ୍‌ ଆରମ୍ଭ କଲା ‘ରଜ ଷ୍ଟାଇଲ୍‌ ଫେଷ୍ଟ୍‌’

ଭୁବନେଶ୍ୱର, ୪।୬(ବ୍ୟୁରୋ): ଏସ୍‌ପ୍ଲାନେଡ୍‌ ମଲ୍‌ସ୍ଥିତ ଲାଇଫ୍‌ଷ୍ଟାଇଲ୍‌ ଷ୍ଟୋର୍‌ ପକ୍ଷରୁ ସହରର ଫ୍ୟାଶନେବୁଲ୍‌ ଯୁବପିଢୀଙ୍କ ପାଇଁ ଏକ ଭିନ୍ନସ୍ବାଦର ଫ୍ୟାଶନ ଶୋ’ ‘ଲାଇଫ୍‌ଷ୍ଟାଇଲ୍‌ ରଜ ଷ୍ଟାଇଲ୍‌ ଫେଷ୍ଟ୍‌’ ଆୟୋଜିତ ହେବାକୁ ଯାଉଛି। ସୋମବାର ଷ୍ଟୋର୍‌ ପରିସରରେ ଓଡ଼ିଆ ଫିଲ୍ମ ଅଭିନେତ୍ରୀ ଏଲିନା ସାମନ୍ତରାୟ ଲାଇଫ୍‌ଷ୍ଟାଇଲ୍‌ ରଜ ଷ୍ଟାଇଲ ଫେଷ୍ଟ୍‌ର ଶୁଭାରମ୍ଭ କରିଥିଲେ। ଏହାସହ ପ୍ରତିଯୋଗିତାର କ୍ରାଉନ୍‌ ‘ମିସ୍‌ ରଜ ୨୦୧୯’କୁ ସେ ଏହି ଅବସରରେ ଉନ୍ମୋଚନ କରିଥିଲେ।
ଭୁବନେଶ୍ୱରର ଫ୍ୟାଶନପ୍ରେମୀ ମାନଙ୍କୁ ଏକ ଉତ୍କୃଷ୍ଟ ପ୍ଲାଟଫର୍ମ ଯୋଗାଇଦେବା ଲାଗି ଏହି ଷ୍ଟାଇଲ୍‌ ଫେଷ୍ଟ୍‌ର ଆୟୋଜନ କରାଯାଉଛି। ଏଥିରେ ଅଂଶଗ୍ରହଣ କରିବାକୁ ପ୍ରତିଯୋଗୀଙ୍କୁ ଆମନ୍ତ୍ରଣ କରାଯାଇଛି। ପ୍ରତିଯୋଗିତାର ଗ୍ରାଣ୍ଡ୍‌ ଫିନାଲେରେ ଆୟୋଜିତ ହେବାକୁ ଥିବା ର଼୍ୟାମ୍ପ୍‌ୱାକ୍‌ରେ ଲାଇଫ୍‌ଷ୍ଟାଇଲର ନୂଆ ସମ୍ଭାର ଓ ଚଳିତ ସିଜିନ୍‌ର ସମସ୍ତ ସଦ୍ୟତମ ଟ୍ରେଣ୍ଡ୍‌କୁ ପ୍ରଦର୍ଶିତ କରାଯିବ। ଏହାବ୍ୟତୀତ ‘ଲାଇଫଷ୍ଟାଇଲ ରଜ ଷ୍ଟାଇଲ ଫେଷ୍ଟ୍‌’ ଫ୍ୟାଶନେବୁଲ୍‌ ଦମ୍ପତିଙ୍କୁ ମଧ୍ୟ ଏହି ଅବସରରେ ସ୍ବୀକୃତି ପ୍ରଦାନ କରିବ। କାର୍ଯ୍ୟକ୍ରମକୁ ଉନ୍ମୋଚନ କରି ଲାଇଫ୍‌ଷ୍ଟାଇଲ୍‌ ମାର୍କେଟିଂର ସିନିୟର୍‌ ଭାଇସ୍‌ ପ୍ରେସିଡେଣ୍ଟ ଶ୍ରୀନିବାସ ରାଓ କହିଥିଲେ, ଭୁବନେଶ୍ୱର କସ୍‌ମୋପଲିଟାନ ଜୀବନଶୈଳୀ ଏବଂ ଭିନ୍ନ ଧରଣର ଗ୍ରାହକଙ୍କ ପ୍ରତିନିଧିତ୍ୱ କରୁଛି। ସମସ୍ତ ଗ୍ରାହକଙ୍କୁ ଉତ୍କୃଷ୍ଠ ଫ୍ୟାଶନ କଲେକ୍ସନ ଯୋଗାଇଦେବାକୁ ଲାଇଫ୍‌ଷ୍ଟାଇଲ୍‌ ସର୍ବଦା ପ୍ରତିଶ୍ରୁତିବଦ୍ଧ। ଲାଇଫଷ୍ଟାଇଲ୍‌ ରଜ ଷ୍ଟାଇଲ ଫେଷ୍ଟ୍‌ ମାଧ୍ୟମରେ ଆମେ ସହରର ଯୁବବର୍ଗଙ୍କ ପାଖରେ ପହଞ୍ଚତ୍ବୁ ଓ ସେମାନଙ୍କୁ ପ୍ରତିଭା ପ୍ରଦର୍ଶନ ପାଇଁ ଏକ ଭଲ ମଞ୍ଚ ଯୋଗାଇଦେବୁ ବୋଲି ସେ କହିଥିଲେ। ଲାଇଫ୍‌ଷ୍ଟାଇଲ୍‌ ବିଭିନ୍ନ ଲୋକପ୍ରିୟ ଫ୍ୟାଶନ ବ୍ରାଣ୍ଡ୍‌ ଓ ସମସ୍ତ ପ୍ରକାରର ସଦ୍ୟତମ ଟ୍ରେଣ୍ଡ୍‌ ସହ ସ୍ବତନ୍ତ୍ର ସପିଂ ଅନୁଭୂତି ପ୍ରଦାନ କରିଥାଏ ବୋଲି ଅଭିନେତ୍ରୀ ଏଲିନା କହିଥିଲେ।

Share