Categories: ଫୁରସତ

ଲାଇଭ୍‌ ବୁଲେଟିନ୍‌ରେ ଭାବବିହ୍ବଳ ହେଲେ ନ୍ୟୁଜ୍‌ ଆଙ୍କର, ଜାଣନ୍ତୁ କାରଣ

ଲାଇଭ୍‌ ବୁଲେଟିନ୍‌ ଚାଲିଥିବା ସମୟରେ ଜଣେ ନ୍ୟୁଜ୍‌ ଆଙ୍କର ଭାବବିହ୍ବଳ ହୋଇପଡ଼ିଛନ୍ତି। କାରଣ ଜାଣିଲେ ଆପଣ ମଧ୍ୟ ସାବାସ୍‌ କହିବେ। ଶ୍ରୀଜା ଶ୍ୟାମ୍‌ ନାମକ ଜଣେ ଆଙ୍କର ବୁଧବାର ଲାଇଭ୍‌ ବୁଲେଟିନ୍‌ରେ ଥିଲେ। ସେହି ସମୟରେ କେରଳ ସରକାରଙ୍କ ପକ୍ଷରୁ ୨୦୧୯ ପାଇଁ ମିଡିଆ ଆଓ୍ବାର୍ଡ ଖବର ବ୍ରେକିଂ ଚାଲିଲା। ଏଥିରେ ନିଜ ନାଁ ଦେଖି ଶ୍ରୀଜା ଭାବବିହ୍ବଳ ହୋଇ ପଡ଼ିଥିଲେ। ଏପରିକି କିଛି ସମୟ ପାଇଁ ସେ ବାକ୍‌ଶୂନ୍ୟ ହୋଇଯାଇଥିଲେ। ତାଙ୍କୁ ବେଷ୍ଟ ନ୍ୟୁଜ୍‌ ଆଙ୍କର ଭାବେ ଚୟନ କରାଯାଇଛି। ବୁଲେଟିନ୍‌ ସରିବା ପର୍ଯ୍ୟନ୍ତ ତାଙ୍କ ମୁହଁରେ ହସକୁ ସେ ଚାପି ରଖିଥିଲେ। ପରେ ସେ କହିଛନ୍ତି, ଏହି ସମୟରେ ସେ ଯେତିକି ଆଶ୍ଚର୍ଯ୍ୟ ହୋଇଥିଲେ ତା’ଠୁ ଅଧିକ ଖୁସିଥିଲେ। ସମ୍ମୁଖରେ ଥିବା ନ୍ୟୁଜ୍‌ ଡେସ୍କର ସମସ୍ତ ସହଯୋଗୀ ତାଙ୍କୁ ଦେଖି ହସୁଥିଲେ। ଏହି ସମୟ ମୋ’ ପାଇଁ ଅଭୁଲା ବୋଲି ସେ କୁହନ୍ତି।

Share