ଲାଇସେନ୍ସ ନ ଥିଲେ ମେଡିସିନ୍‌ ଦୋକାନ ବନ୍ଦ

ଅନୁଗୋଳ ଅଫିସ, ୬।୪- ଅନୁଗୋଳ ପୌରପାଳିକା ଅଧୀନରେ ଥିବା ମେଡିସିନ୍‌ ଦୋକାନ ଗୁଡ଼ିକରେ ଭିଡ଼ ବଢ଼ୁଛି। ଲୋକମାନେ ସାମାଜିକ ଦୂରତାକୁ ଉଲ୍ଲଂଘନ କରୁଛନ୍ତି। ଯେଉଁ ମେଡିସିନ ଦୋକାନର ଟ୍ରେଡ ଲାଇସେନ୍ସ ନ ଥିବ ସେମାନଙ୍କୁ ପୌରପାଳିକା ପକ୍ଷରୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏ ନେଇ ପୌରପାଳିକା ପକ୍ଷରୁ ଲାଇସେନ୍ସ ନ ଥିବା ଦୋକାନ ଗୁଡ଼ିକୁ ନୋଟିସ୍‌ ପଠାଯିବା ସହ ତାହାକୁ ନବୀକରଣ କରିବାକୁ ଦୁଇ ଦିନ ସମୟ ଦିଆଯାଇଛି ବୋଲି ପୌରପାଳିକା ପକ୍ଷରୁ ସୂଚନା ଦିଆଯାଇଛି।