Categories: ଜାତୀୟ

ଲାଉଡ୍‌ ସ୍ପିକରରେ ମୁସଲିମ ମହିଳାଙ୍କୁ ବଳାତ୍କାର ଧମକ ଦେଲେ ପୂଜାରୀ

ଲକ୍ଷ୍ନୌ,୮।୪: ମସଜିଦ ବାହାରେ ଏକତ୍ରିତ ମୁସଲିମ ମହିଳାଙ୍କୁ ଅପହରଣ କରି ବଳାତ୍କାର ଧମକ ଦେଇଛନ୍ତି ଜଣେ ହିନ୍ଦୁ ପୂଜାରୀ। ଘଟଣାଟି ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌଠାରୁ ୧୦୦ କିମି ଦୂର ସିତାପୁର ଜିଲାରେ ଘଟିଛି। ଘଟଣାର ଭିଡିଓ ଭାଇରାଲ ହେବା ପରେ ତଦନ୍ତ ଆରମ୍ଭ କରିଛି ଉତ୍ତରପ୍ରଦେଶ ପୋଲିସ।

ଭିଡିଓରେ ସାଫ୍ରନ ରଙ୍ଗର ପୋଷାକ ପିନ୍ଧିଥିବା ଜଣେ ବ୍ୟକ୍ତି ଜିପରେ ବସି ଏକତ୍ରିତ ଲୋକଙ୍କୁ ସମ୍ବୋଧିତ କରୁଛନ୍ତି। ପୋଲିସ ୟୁନିଫର୍ମରେ ଜଣେ ବ୍ୟକ୍ତିଙ୍କୁ ବ୍ୟାକ୍‌ଗ୍ରାଉଣ୍ଡରେ ଦେଖି ହେଉଛି।

ମାଇକ୍ରୋଫୋନ ଧରି ସେ କହୁଛନ୍ତି, ଯଦି ମୁସଲିମ ଅଞ୍ଚଳରେ କୌଣସି ଯୁବତୀଙ୍କୁ ହଇରାଣ କରନ୍ତି, ତେବେ ସେ ମୁସଲିମ ମହିଳାଙ୍କୁ ଅପହରଣ କରି ଜନସାଧାରଣଙ୍କ ସାମ୍ନାରେ ବଳାତ୍କାର କରିବେ। ଏଭଳି ଧମକ ପରେ ଉପସ୍ଥିତ ଲୋକେ ଏହାକୁ ଚିୟର କରିଥିଲେ। ଭିଡିଓକୁ ଶେୟାର କରି ମହମ୍ମଦ ଜୁବେର ଲେଖିଛନ୍ତି, ଏହା ଏପ୍ରିଲ ୨ ତାରିଖରେ ଶୁଟ୍‌ ହୋଇଥିଲା। ୫ ଦିନ ବିତି ଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ।

Share