Advertisement

ଲାଉ ଜୁସ୍‌ ପିଇବାକୁ ପସନ୍ଦ

ଏଲିନା ସାମନ୍ତରାୟ। ଓଲିଉଡ଼ର ଜଣେ ଆଗଧାଡ଼ିର ନାୟିକା। ୨୦୧୫ରୁ ‘ଇସ୍କ ତୁ ହି ତୁ’ ଚଳଚ୍ଚିତ୍ର ଜରିଆରେ ଓଡ଼ିଆ ସିନେ ଜଗତକୁ ପ୍ରବେଶ କରିଥିଲେ। ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୪ଟି ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ମନ ଜିଣିଛନ୍ତି ଏଲିନା। ତେବେ ଏତେ ବ୍ୟସ୍ତତା ଜୀବନରେ ସେ ନିଜ ସ୍ବାସ୍ଥ୍ୟ ପ୍ରତି କେବେ ଅବହେଳା କରିନାହାନ୍ତି। ସବୁ ବେଳେ କିପରି ଫିଟ୍‌ ରହିବେ ସେଥିପ୍ରତି ସେ ଗୁରତ୍ୱ ଦେଇଥାନ୍ତି।
ପ୍ରତିଦିନ ଦିନ ସକାଳୁ ଉଠିଲେ ଏଲିନା ଏକ କପ୍‌ ଉଷୁମ ପାଣି ପିଅନ୍ତି। ଏହା ପରେ ଘରୋଇ ତିଆରି କିଛି ବି ଜୁସ୍‌ ପଇଥାନ୍ତି। ତେବେ ଲାଉ ଜୁସ୍‌ ତାଙ୍କୁ ଅଧିକ ପସନ୍ଦ ଥାଏ। ଜୁସ୍‌ ସହିତ ୪-୫ଟି ଆଲମଣ୍ଡ୍‌ ଖାଇଥାନ୍ତି।ଏହାପରେ ସେ ବ୍ରେକ୍‌ଫାଷ୍ଟରେ ହେଭି ଫୁଡ୍‌ ଖାଇଥାନ୍ତି। କେବେ ପନିପରିବା ମିଶ୍ରିତ ପିଠା ଖାଆନ୍ତି ତ’ ଆଉ କେବେ ବ୍ରେଡ୍‌ ସହିତ ସିଝା ଅଣ୍ଡା ଖାଇଥାନ୍ତି। ସେହିପରି ଲଞ୍ଚରେ ସେ ଦହି ଭାତ ଖାଇବାକୁ ପ୍ରିଫର କରିଥାନ୍ତି। ରାତିରେ କମ୍‌ ଖାଦ୍ୟ ଖାଇଥାନ୍ତି। ବାହାର ଖାଇବାକୁ ସେ ଆଦୌ ପସନ୍ଦ କରନ୍ତି ନାହିଁ। ସବୁ ବେଳେ ଘରୋଇ ଖାଦ୍ୟ ଖାଇଥାନ୍ତି। ତେଲ, ମସଲାଯୁକ୍ତ ଓ ଜଙ୍କ୍‌ ଫୁଡ୍‌ ଠାରୁ ଦୂରେଇ ରୁହନ୍ତି। ଦିନକୁ ସେ ୬ରୁ ୭ଲିଟର ପାଣି ପଇଥାନ୍ତି। ଫିଟ୍‌ନେସ୍‌ ପାଇଁ ସେ କେବଳ ଖାଦ୍ୟ ପ୍ରତି ଗୁରୁତ୍ୱ ଦିଅନ୍ତି ନାହିଁ। ବରଂ ପ୍ରତିଦିନ ଜିମ୍‌ ଯାଇ ଏକ୍ସରସାଇଜ କରିଥାନ୍ତି।
ଏକ୍ସରସାଇଜ କରିବା ସହିତ ଏଲିନା ବି ଯୋଗ କରିଥାନ୍ତି। ଏକାଥରକେ ସେ ୨୫ ଥର ସୂର୍ଯ୍ୟ ନମସ୍କାର କରିଥାନ୍ତି। ଫିଟ୍‌ନେସ୍‌ ସମ୍ପର୍କରେ ଏଲିନା କୁହନ୍ତି, ଜଣେ ଅଭିନେତ୍ରୀ ବୋଲି ଫିଟ୍‌ ରହିବା ଜରୁରୀ ନୁହେଁ। ପ୍ରତ୍ୟେକ ବ୍ୟକ୍ତି ଫିଟ୍‌ ରହିବା ଜରୁରୀ। ଫିଟ୍‌ ରହିବାକୁ ହେଲେ ଅଧିକ ମାତ୍ରାରେ ପାଣି ପିଇବା ଉପରେ ଗୁରୁତ୍ୱ ଦେବା ଉଚିତ।
– ଅସମାପିକା ସାହୁ

Subscribe to Dharitri WhatsApp ChannelSubscribe to Dharitri WhatsApp Channel