ଲାକ୍ମୀ ଫ୍ୟାଶନ ଉଇକ୍‌ରେ ମଲାଇକାଙ୍କ କ୍ରେଜ୍‌

ବମ୍ବେ: ଚଳିତ ବର୍ଷର ଲାକ୍ମୀ ଫ୍ୟାଶନ ଉଇକ୍‌ରେ ବଲିଉଡ୍‌ ଡିଭାଙ୍କ ଜଲଓ୍ବା ଦେଖିବାକୁ ମିଳୁଛି। ଏହାର ତୃତୀୟ ଦିନ ଗୁରୁବାରରେ ମଲାଇକା ଅରୋରା ର଼୍ୟାମ୍ପ ଓ୍ବାକ୍‌ କରିଥିଲେ। ତାଙ୍କ ସହ ସଈ ମଞ୍ଜରେକର ମଧ୍ୟ ନଜର ଆସିଥିଲେ। ମଲାଇକା ବରୁଣ ଚକ୍କିଲମଙ୍କ ପାଇଁ ର଼୍ୟାମ୍ପରେ ଚାଲିଥିଲେ। ନାଲି ରଙ୍ଗର ପାରମ୍ପରିକ ଲେହେଙ୍ଗା ପିନ୍ଧିଥିଲେ ସେ। ହେଭି ନେକ୍‌ପିସ୍‌ ତାଙ୍କୁ କମ୍ଲିମେଣ୍ଟ ମଧ୍ୟ ଦେଉଥିଲା। ସେହିଭଳି ସଈ ଜିବିଆଙ୍କ ପାଇଁ ର଼୍ୟାମ୍ପରେ ଚାଲିଥିଲେ। ସେ ମଧ୍ୟ ଲେହେଙ୍ଗା ପିନ୍ଧିଥିବା ଦେଖାଯାଇଥିଲା। ତା ସହ ସେ କୁନ୍ଦନ ନେକ୍‌ପିସ୍‌, କାନଫୁଲ, ମଥାମଣି ଏବଂ ଟିକିଲି ଲଗାଇଥିଲେ। ଏ ଦୁହିଁଙ୍କ ବ୍ୟତିତ ବିପାଶା ବସୁ ସ୍ବାମୀ କରନ ସିଂ ଗ୍ରୋଭରଙ୍କ ସହ ମଧ୍ୟ ଚାଲିଥିଲେ। ସଈ ନିକଟରେ ସଲମାନଙ୍କ ‘ଦବଙ୍ଗ-୩’ରେ ବଲିଉଡ୍‌ରେ ଡେବ୍ୟୁ କରିଛନ୍ତି।

Share