Categories: ଜାତୀୟ

ଲାଜପତ ନଗର ବୋମା ବିସ୍ଫୋରଣ ମାମଲା: ଗୁରୁତ୍ୱପୂର୍ଣ୍ଣ ରାୟ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୬।୭: ୧୯୯୬ ଲାଜପତ ନଗର ବୋମା ବିସ୍ଫୋରଣ ମାମଲାରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଚାରିଜଣ ଦୋଷୀଙ୍କୁ କ୍ଷମା ନ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଏହି ଘଟଣାରେ ଦୋଷୀ ନୌଶାଦଙ୍କ ଆଜୀବନ କାରାଦଣ୍ଡାଦେଶ ଜାରି କରାଯିବା ସହିତ ଦିଲ୍ଲୀ ହାଇକୋର୍ଟ ଦ୍ୱାରା ନିର୍ଦ୍ଦୋଷରେ ଖଲାସ ହୋଇଥିବା ଦୁଇ ଅଭିଯୁକ୍ତଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଉଭୟଙ୍କୁ ତୁରନ୍ତ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଜୀବନ କାରାଦଣ୍ଡ ଭୋଗୁଥିବା ଚତୁର୍ଥ ଦୋଷୀଙ୍କର ଦଣ୍ଡ ମଧ୍ୟ ଅକ୍ଷୁର୍ଣ୍ଣ ରହିବ। ଜଷ୍ଟିସ ବି.ଆର ଗାଭାଇ, ଜଷ୍ଟିସ ବିକ୍ରମ ନାଥ ଏବଂ ଜଷ୍ଟିସ ସଞ୍ଜୟ କାରୋଲଙ୍କ ବେଞ୍ଚ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।

Share