ଲାଞ୍ଚନେଇ କ୍ୟାଶିୟର ଗିରଫ

ବାରିପଦା ଅଫିସ,୨୫।୯: ମୟୂରଭଞ୍ଜ ଜିଲା ବାରିପଦା ଗ୍ରାମ୍ୟ ଉନ୍ନୟନ ଡିଭିଜନ କାର୍ଯ୍ୟାଳୟର କ୍ୟାଶିୟର ଅଜୟ କୁମାର ସେଜପଡା ଲାଞ୍ଚ ନେବା ବେଳେ ବୁଧବାର ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିଛି। ଜଣେ ଠିକାଦାରଙ୍କଠାରୁ ଅଜୟ ୧୪ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଭିଜିଲାନ୍ସ ଟିମ୍‌ ଉକ୍ତ କାର୍ଯ୍ୟାଳୟରୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିବା ସହ ଏଯାବତ୍‌ ଚଢ଼ାଉ ଜାରି ରଖିଥିବା ଜଣାପଡିଛି।

Share