![](https://www.dharitri.com/wp-content/uploads/2020/02/Chief-Minister-Shri-Naveen-Patnaik-interacting-with-people-regarding-their-experience-in-Police-Station-and-Hospital-1-640x320-1.jpg)
ଭବାନୀପାଟଣା,୨୫।୨(ଡି.ଏନ୍.ଏ.): ଲାଞ୍ଚନେବା କଳାହାଣ୍ଡି ଜିଲା କୋକସରା ତହସିଲର ରେ୍ଭିନ୍ୟୁ ଇନ୍ସପେକ୍ଟରଙ୍କୁ ମହଙ୍ଗା ପଡ଼ିଛି। ଚାକିରି ଶେଷ ହୋଇ ନ ଥିଲେ ମଧ୍ୟ ବାଧ୍ୟତାମୂଳକ ଭାବେ ରେଭିନ୍ୟୁ ଇନ୍ସପେକ୍ଟର ଈଶ୍ୱରୀ ପ୍ରସାଦ ପୁରୋହିତଙ୍କୁ ଚାକିରିରୁ ଅବସର ଦିଆଯାଇଛି। ସେ ବହୁବାର ଲାଞ୍ଚ ନେଇ ଧରାପଡ଼ିଥିଲେ। ସୋମବାର ମୁଖ୍ୟମନ୍ତ୍ରୀ ଦୁର୍ନୀତି ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠନ ଗ୍ରହଣ କରି ଏଭଳି ନିଷ୍ପତ୍ତି ନେଇଛନ୍ତି ।