ଲାଞ୍ଚ: ଧରାପଡ଼ିଲେ କନିଷ୍ଠ ଯନ୍ତ୍ରୀ

ନିଆଳି,୨୭-୧୧(ଡି.ଏନ୍‌.ଏ.):ନିଆଳି ବ୍ଲକରେ କାର୍ଯ୍ୟ କରୁଥିବା ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗର କନିଷ୍ଠ ଯନ୍ତ୍ରୀ ବିଦୁଲତା ରାଉତ ମଙ୍ଗଳବାର ୩୦ହଜାର ୧୦୦ ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତିି। ସେ ଏହି ଟଙ୍କା ଝାଡ଼ଖଣ୍ଡର ଠିକାଦାର ମହମ୍ମଦ୍‌ ମୋଜାମିଲ୍‌ ଶେଖ୍‌ଙ୍କଠାରୁ ପୂର୍ବ ଦାବି ମୁତାବକ ଗ୍ରହଣ କରୁଥିଲେ। ଠିକାଦାର ଶେଖ୍‌ ସ୍ବଚ୍ଛଭାରତ ଯୋଜନାରେ ଏହି ବ୍ଲକର ବିଭିନ୍ନ ପଞ୍ଚାୟତରେ ସ୍ବୟଂ ସହାୟିକା ଗୋଷ୍ଠୀ ମାଧ୍ୟମରେ ୪୩ଟି ପାଇଖାନା ନିର୍ମାଣ ପରେ ବିଲ୍‌ କରିବା ପାଇଁ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ରାଉତଙ୍କୁ କହିଥିଲେ। ୫ ଲକ୍ଷ ୧୬ହଜାର ଟଙ୍କାର ବିଲ୍‌ ପାସ କରିବା ପାଇଁ କନିଷ୍ଠ ଯନ୍ତ୍ରୀ ରାଉତ ତାଙ୍କୁ ୩୦ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ମଙ୍ଗଳବାର କନିଷ୍ଠ ଯନ୍ତ୍ରୀ ରାଉତଙ୍କୁ ଶେଖ୍‌ ୩୦ହଜାର ଶହେ ଟଙ୍କା ଦେଉଥିବା ବେଳେ ଭିଜିଲାନ୍ସର ଅଧିକାରୀମାନେ ତାଙ୍କୁ କାବୁ କରିଥିଲେ।

Share