ଲାଞ୍ଚ ନେଇ ଧରାପଡ଼ିଲେ ଆଇଏଏସ୍‌ ଅଫିସର

ଭୁବନେଶ୍ୱର, ୩୦ା୧୨(ବ୍ୟୁରୋ)- ଲାଞ୍ଚ ନେଇ ଧରାପଡ଼ିଛନ୍ତି ଆଇଏଏସ୍‌ ଅଫିସର ବିଜୟ କେତନ ଉପାଧ୍ୟାୟ। ୨୦୦୯ ବ୍ୟାଚ୍‌ର ଆଇଏଏସ୍‌ ବିଜୟ କେତନ ୧ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଟିମ୍‌ ତାଙ୍କୁ ଧରିଛି। ଉଦ୍ୟାନ କୃଷି ବିଭାଗର ନିର୍ଦ୍ଦେଶକ ଥିବା ବିଜୟ କେତନ ଏକ ବିଲ୍‌ ପାସ୍‌ କରିବା ପାଇଁ ଲାଞ୍ଚ ନେଉଥିବା ଜଣାଯାଇଛି। ଭିଜିଲାନ୍ସ ଟିମ୍‌ ତାଙ୍କୁ ଲାଞ୍ଚ ନେବାବେଳେ ଧରିବା ସହ ଖୋଳତାଡ ଜାରି ରଖିଛି। ବିଜୟ କେତନଙ୍କ ଅଫିସ ସହ ଅନ୍ୟ କେତେକ ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରହିଥିବା ଜଣାଯାଇଛି। ‘ମୋ ସରକାର’ କାର୍ଯ୍ୟକ୍ରମ ଆଧାରରେ ସୂଚନା ପାଇ ଭିଜିଲାନ୍ସ ଟ୍ରାପ କରିଛି।

Share