ଲାଞ୍ଚ ନେଇ ଧରାପଡ଼ିଲେ ଡାଟାଏଣ୍ଟ୍ରି ଅପରେଟର

ଭଦ୍ରକ ଅଫିସ,୯।୧: ଗ୍ରାମ୍ୟ ଉନ୍ନୟନ ବିଭାଗର ଡାଟାଏଣ୍ଟ୍ରି ଅପରେଟର ପ୍ରିୟବ୍ରତ ପଣ୍ଡା ଜଣେ ଠିକାଦାରଙ୍କଠାରୁ ନିଜ କାର୍ଯ୍ୟାଳୟରେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ଚଢ଼େୟା ଗ୍ରାମର ଦିଗାମ୍ବର ଦାସଙ୍କ ୮ ଲକ୍ଷ  ୨୦ ହଜାର ଟଙ୍କାର ବିଲ୍‌ କରାଇ ଦେବା ପାଇଁ ପ୍ରିୟବ୍ରତ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ପୂର୍ବରୁ ଲୁଚି ରହିଥିବା ଟିମ୍‌ ତାଙ୍କୁ ଗିରଫ କରିଛି।