ଲାଞ୍ଚ ନେଇ ଧରାପଡ଼ିଲେ ବରିଷ୍ଠ କିରାଣି

ଢେଙ୍କାନାଳ ଅଫିସ,୨।୧୨: ଢେଙ୍କାନାଳ ଜିଲା ବନ୍ଦୋବସ୍ତ କାର୍ଯ୍ୟାଳୟର ବରିଷ୍ଠ କିରାଣି ଅକ୍ଷୟ କୁମାର ସାହୁ ସୋମବାର ଲାଞ୍ଚ ନେଉଥିବା ବେଳେ ଢେଙ୍କାନାଳ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଜମି ପଟ୍ଟା କିସମର ନକଲ ଦେବା ଲାଗି ଭୁବନ ଅରଖପାଳ ଗ୍ରାମର ବାବୁଲି ସାହୁଙ୍କଠାରୁ ୧୬ଶହ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ଡିଏସ୍‌ପି ବେଣୁଧର ନାୟକଙ୍କ ନେତୃତ୍ୱରେ ଗିରଫ ହୋଇଥିବା ସୂଚନା ମିଳିଛି।