ଲାଞ୍ଚ ନେଇ ପରିସଂଖ୍ୟାନ କିରାଣି ଗିରଫ

କଟକ ଅଫିସ, ୯ା୧୧: ୧ହଜାର ଟଙ୍କା ଲାଞ୍ଚ ନେଇ ନରସିଂହପୁର ବ୍ଲକ ଅଧୀନ କାନପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ପରିସଂଖ୍ୟାନ କିରାଣି ହୃଦାନନ୍ଦ ଲେଙ୍କା ଭିଜିଲାନ୍ସ ହାତରେ ଗିରଫ ହୋଇଛନ୍ତି। ନରସିଂହପୁର ଥାନା ଅନ୍ତର୍ଗତ ପାଇକପଡ଼ାପାଟଣା ଗ୍ରାମର ରଶ୍ମିରଞ୍ଜନ ସାମନ୍ତରାୟ ନାମକ ବ୍ୟକ୍ତିଙ୍କଠାରୁ ସେ ଶୁକ୍ରବାର ଏହି ଲାଞ୍ଚ ଗ୍ରହଣ କରୁଥିଲେ। ରଶ୍ମିରଞ୍ଜନଙ୍କ ମା’ଙ୍କ ମୃତ୍ୟୁ ପ୍ରମାଣପତ୍ର ଦେବା ନିମନ୍ତେ ଲେଙ୍କା ତାଙ୍କଠାରୁ ଏହି ଲାଞ୍ଚ ଦାବି କରିଥିଲେ। ନିଜ ଅଫିସରେ ବସି ସେ ଏହି ଲାଞ୍ଚ ରଶ୍ମିରଞ୍ଜନଙ୍କଠାରୁ ଗ୍ରହଣ କରୁଥିବାବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ କାବୁ କରିଥିଲେ। ଏଥିସହ ତାଙ୍କଠାରୁ ଲାଞ୍ଚ ୧ହଜାର ଟଙ୍କା ଜବତ କରିଥିଲେ। ଏହାପରେ ଭିଜିଲାନ୍ସ ପକ୍ଷରୁ ଆଠଗଡ଼ ଥାନା ଅଧୀନ ତେନ୍ତୁଳିଆ ଗ୍ରାମରେ ଥିବା ଲେଙ୍କାଙ୍କ ଘରକୁ ଯାଞ୍ଚ କରାଯାଇଛି। ଏ ସମ୍ପର୍କରେ କଟକ ଭିଜିଲାନ୍ସରେ ଥାନାରେ ଏକ ମାମଲା (ନଂ.୩୫/୨୦୧୯) ରୁଜୁ ହୋଇଛି।

Share