ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ପାଟଣାଗଡ଼ ଡିଏଫ୍‌ଓ

ପାଟଣାଗଡ଼, ୧୦।୬(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ପାଟଣାଗଡ଼ କେନ୍ଦୁପତ୍ର ଡିଏଫ୍‌ଓ ପ୍ରଣବ ମହାନ୍ତି ବୁଧବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ତାଙ୍କୁ ଗିରଫ କରାଯାଇଛି।
ପ୍ରକାଶ ଯେ, ଡିଏଫ୍‌ଓ ମହାନ୍ତି ଡେପୁଟି ରେଞ୍ଜର ଚିତ୍ତରଞ୍ଜନ ଦେହୁରୀଙ୍କ ଦ୍ୱାରା ପାଟଣାଗଡ଼ ରେଞ୍ଜର ଜଗନ୍ନାଥ ଦାସଙ୍କଠାରୁ ୧ ଲକ୍ଷ ୬୬ ହଜାର ଟଙ୍କା ପିସି ମାଗିଥିବା ଅଭିଯୋଗ ହୋଇଥିଲା। ବୁଧବାର ଡିଏଫ୍‌ଓ ମହାନ୍ତି ଡେପୁଟି ରେଞ୍ଜର ଦେହୁରୀଙ୍କଠାରୁ ଉକ୍ତ ଟଙ୍କା ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇ ତାଙ୍କୁ ଗିରଫ କରାଯାଇଛି। ଭିଜିଲାନ୍ସ ଡିଏସ୍‌ପି କାଦମ୍ବିନୀ ସାମଲ, ପି.କେ. କିଶାନ, ଆଇଆଇସି ସଦାନନ୍ଦ ପାଣି, ବଲାଙ୍ଗୀର, ବରଗଡ଼, ସୋନପୁର ଓ ରାଉରକେଲାର ଅଧିକାରୀମାନେ ମିଳିତ ଭାବେ ଏହି ଚଢ଼ାଉ କରିଥିଲେ।

Share