ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ କନିଷ୍ଠ ଯନ୍ତ୍ରୀ

ଝାରସୁଗୁଡା ଅଫିସ, ୪।୮: ଝାରସୁଗୁଡା ଜିଲା ଲଖନପୁର ବ୍ଳକ୍‌ କନିଷ୍ଠ ଯନ୍ତ୍ରୀ ଟିକିନାଥ ଭଏଁସାଲ ଗୁରୁବାର ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଠିକାଦାରଙ୍କ ବିଲ୍‌ ପାସ୍‌ କରାଇଦେବାକୁ କହି ୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଥିଲେ। ଏହା ପରେ ଭିଜିଲାନ୍ସର ଟିମ୍‌ ଯନ୍ତ୍ରୀଙ୍କ ସରକାରୀ ବାସଭବନରେ ଚଢାଉ କରିଥିବା ଜଣାପଡିଛି।

Share