ଲାଞ୍ଚ ନେବା ବେଳେ ଧରାପଡ଼ିଲେ ରାଜସ୍ବ ଅଧିକାରୀ

କଟକ ରୋଡ,୧୫ା୧୦(ଡି.ଏନ୍‌.ଏ.): ମ୍ୟୁଟେଶନ କରାଇ ଦେବା ପାଇଁ ଲାଞ୍ଚ ନେଉଥିବା ବେଳେ ଭୁବନେଶ୍ୱର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଭୁବନେଶ୍ୱର ତହସିଲ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ବ ଅଧିକାରୀ। ସେ ହେଲେ ଖୋର୍ଦ୍ଧା ଜିଲା ବାଣପୁର ଥାନା ଅଧୀନ ଦୋଲଣଶାସନ ଗ୍ରାମର ଦେବଦତ୍ତ ମିଶ୍ର। ସୂଚନା ଅନୁଯାୟୀ, ଦେବଦତ୍ତ ତହସିଲ ଅଫିସରେ ରେକର୍ଡ ରୁମ ଦାୟିତ୍ୱରେ ରହିଛନ୍ତି। ଗତ କିଛି ଦିନ ଧରି ସୂର୍ଯ୍ୟକାନ୍ତ ସାହୁ ନାମକ ଜଣେ ବ୍ୟକ୍ତି ୫ଟି ମ୍ୟୁଟେଶନ ପାଇଁ ଆବେଦନ କରିଥିଲେ। ମ୍ୟୁଟେଶନ ଫାଇଲ ପଠାଇବା ପାଇଁ ଦେବଦତ୍ତ ୫ହଜାର ଟଙ୍କା ଦାବି କରିଥିଲେ। ଏ ନେଇ ସୂର୍ଯ୍ୟକାନ୍ତ ଭିଜଲାନ୍ସ ବିଭାଗର ସହଯୋଗ ଲୋଡିଥିଲେ। ସୋମବାର ପୂର୍ବ ଯୋଜନା ମୁତାବକ ଦେବଦତ୍ତ ତାଙ୍କ ଅଫିସ କୋଠରି ମଧ୍ୟରେ ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ବେଳେ ଡିଏସପି ଅକ୍ଷୟ ମିଶ୍ର ଓ ସୁଶାନ୍ତ ପାଣିଗ୍ରାହୀଙ୍କ ସହ ଏକ ଟିମ ତାଙ୍କୁ ଧରିଥିଲେ। ଏ ନେଇ ଭିଜିଲାନ୍ସ କାର୍ଯ୍ୟାଳୟରେ ମାମଲା (ନଂ.୪୫/୧୯) ରୁଜୁ ହୋଇଛି।

Share