Categories: ଜାତୀୟ

ଲାଞ୍ଚ ମାମଲାରେ ଡିଆର୍‌ଆଇ ଏଡିଜି ଗିରଫ

ନୂଆଦିଲ୍ଲୀ,୨ା୧(ପି.ଟି.): ୨୫ ଲକ୍ଷ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ସିବିଆଇ ବୁଧବାର ରାଜସ୍ବ ଗୋଇନ୍ଦା ନିର୍ଦ୍ଦେଶାଳୟ (ଡିଆର୍‌ଆଇ)ର ଅତିରିକ୍ତ ମହାନିର୍ଦ୍ଦେଶକ (ଏଡିଜି) ଚନ୍ଦ୍ରଶେଖର ଏବଂ ଜଣେ ମଧ୍ୟସ୍ଥଙ୍କୁ ଗିରଫ କରିଛି। ସିବିଆଇ ନୂଆଦିଲ୍ଲୀ, ନୋଏଡା ଏବଂ ଲୁଧିଆନାରେ ଚଢ଼ାଉ କରିଥିଲା। ଲୁଧିଆନାରେ ଏଡିଜି ଭାବେ ନିଯୁକ୍ତ ହୋଇଥିବା ଚନ୍ଦ୍ରଶେଖରଙ୍କ ତରଫରୁ ମଧ୍ୟସ୍ଥ ଜଣକ ଲାଞ୍ଚ ଗ୍ରହଣ କରିଥିଲେ ବୋଲି ଅଭିଯୋଗ ହୋଇଥିଲା। ଜେରାବେଳେ ମଧ୍ୟସ୍ଥ ଜଣକ ଏହା ସ୍ବୀକାର କରିଛନ୍ତି। ଏହା ଏକ ବଡ଼ ଲାଞ୍ଚ କାରବାରର ଅଂଶବିଶେଷ ବୋଲି ସିବିଆଇ ସନ୍ଦେହ କରୁଛି।

Share