ଲାଞ୍ଚ: ଲ୍ୟାମ୍ପ୍‌ସ ପରିଚାଳନା ନିର୍ଦ୍ଦେଶକ ଗିରଫ

କଟକ ଅଫିସ, ୪ା୧: ଦେଢହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଗିରଫ ହୋଇଛନ୍ତି ନବରଙ୍ଗପୁରଠାରେ ଥିବା ଲାର୍ଜ ଏରିଆ ମଲ୍‌ଟି ପର୍ପୋଜ୍‌ କୋଅପରେଟିଭ ସୋସାଇଟି (ଲାମ୍ପ୍‌ସ)ର ପରିଚାଳନା ନିର୍ଦ୍ଦେଶକ ବାନାମ୍ବର ପଟ୍ଟନାୟକ। ଶୁକ୍ରବାର ୯୯.୩୨ କୁଇଣ୍ଟାଲ ଧାନ ମଣ୍ଡିରେ କ୍ରୟ କରିବା ପାଇଁ ମୋତିରାମ ଭାତ୍ରା ନାମକ ଜଣେ ବ୍ୟକ୍ତିଙ୍କଠାରୁ ପଟ୍ଟନାୟକ ଦେଢହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଶୁକ୍ରବାର ମଣ୍ଡି ନିକଟରେ ପରିଚାଳନା ନିର୍ଦ୍ଦେଶକ ପଟ୍ଟନାୟକ ମୋତିରାମଙ୍କଠାରୁ ପୂର୍ବ ଦାବି ମୁତାବକ ଲାଞ୍ଚ ଗ୍ରହଣ କରିଥିଲେ। ଏହି ସମୟରେ ସେଠାରେ ଛପି ରହିଥିବା ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ କାବୁ କରିଥିଲେ। ଏହାପରେ ପଟ୍ଟନାୟକଙ୍କ ରାୟଗଡ଼ା ଜିଲା ଗୁଣୁପୁରଠାରେ ଥିବା ଭଡ଼ାଘରକୁ ଭିଜିଲାନ୍ସ ପକ୍ଷରୁ ଯାଞ୍ଚ କରାଯାଇଛି। ଏ ସମ୍ପର୍କରେ କୋରାପୁଟ ଭିଜିଲାନ୍ସ ଥାନାରେ ଏକ ମାମଲା(ନଂ.୧/୨୦୨୦) ରୁଜୁ ହୋଇଛି।

Share