Advertisement

ଲାଟିନ୍‌ ଆମେରିକାରେ କରୋନା ଆତଙ୍କ

ଓ୍ବାଶିଂଟନ,୨୩।୫: ଏବେ କରୋନା ମହାମାରୀର ନୂଆ ଠିକଣା ପାଲଟିଛି ଲାଟିନ୍‌ ଆମେରିକା। ଏଠାରେ ପ୍ରତିଦିନ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଲାଟନ୍‌ ଆମେରିକାର ଦୁଇ ବଡ଼ ଦେଶ ବ୍ରାଜିଲ୍‌ ଏବଂ ମେକ୍ସିକୋରେ ସ୍ଥିତି ଧୀରେଧୀରେ ସଙ୍କଟ ଜନକ ହେବାରେ ଲାଗିଛି। ବ୍ରାଜିଲ୍‌ରେ ଇତିମଧ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୩୨ ହଜାର ୩୮୨ ହୋଇଥିବା ପରେ ମୃତକଙ୍କ ସଂଖ୍ୟା ୨୧ ହଜାର ୧୧୬ରେ ପହଞ୍ଚିଛି। ସେହିପରି ମେକ୍ସିକୋରେ ମୃତକଙ୍କ ସଂଖ୍ୟା ୬ ହଜାର ୯୯୮ ରହିଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା ୬୨ ହଜାର ୫୨୭ ରହିଛି। ଲାଟିନ୍‌ ଆମେରିକାରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଅନ୍ତର୍ଜାତୀୟସ୍ତରରେ ଚିନ୍ତା ବଢ଼ିବାରେ ଲାଗିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share