ଲାଠୋରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବାଟବନା: ପକାଘର ପାଏବାରୁ ବଁଚିତ ଗରିବ ପରିବାର

ଲାଠୋର, ୨୬ା୪ (ଡି.ଏନ.ଏ):  ସରକାରୀ ନିୟମ ଅନ୍‌ସାରେ ଏସ୍‌ଇସିସି ତାଲିକାରେ ଯେନ୍‌ମାନକର ନଁା ଥିବା ଆର ଘରଦୁଆର ନାଇଁଥିବା ସେମାନକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରି ପକା ଘର ଯୁଗେଇ ଦେବାର ବେବସ୍‌ତା ରହିଛେ। ଭାରତ ସରକାରକଁର ଗ୍ରାମ୍ୟ ବିକାଶ ମନ୍ତ୍ରଣାଳୟ ତରଫୁ ଗଲା ୨୦୧୧ ସାଲେ ଜନଗଣନା କରାଯାଇଥିଲା। ସେ ତାଲିକା ହିସାବେ ଗଁାଗଁଲିର ଗରିବ୍‌ ପରିବାରମାନକୁ ପକା ଘର ଯୁଗେଇ ଦିଆଯାଉଛେ। ହେଲେ ସେତେବେଲେ ଇ ଜନଗଣନାରେ ଯେନ୍‌ମାନେ ନିୟାଜିତ ଥିଲେ ସେମାନକର ଭୁଲଭଟକା ଲାଗି ଅନେକ ଗରିବ ପରିବାର ଏସ୍‌ଇସିସି ତାଲିକାରୁ ବାଦ୍‌ ପଡ଼ିଛନ୍‌। ଇ ଗରିବ୍‌ ପରିବାରମାନେ ସରକାରୀ କରମଚାରୀକର ଭୁଲ ଲାଗି ଆଏଜ୍‌ ବି ଯୋଜନାର ସୁଫଲ ପାଏବାରୁ ବଁଚିତ୍‌ ହେଇ ରହିଛନ୍‌। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲାଠୋର ଗଁାରେ। ଲାଠୋର ଗଁାର କାର୍ତ୍ତିଆପଡ଼ା, ହସପିଟାଲ ପଡ଼ା, ଖଇରାପଡ଼ା, କଲୋନିପଡ଼ା ଆର ଉନିଆ ପଡ଼ାମାନକେ ଶହ ଶହ ଗରିବ ପରିବାର ଘର ଅଭାବୁ ଝଁାଟିମାଟି କୁରିଆମାନକେ ବଡ଼ା ଗୁଲଗୁଲା ହେଇ ରହୁଛନ୍‌। ଯେନ୍‌ମାନକର ଏସ୍‌ଇସିସି ତାଲିକାରେ ନଁା ନାଇଁ ସେମାନକୁ ତାଲିକାରେ ସାମିଲ କରବାର ଲାଗି ଗଲା ୨୦୧୭ରେ ଆବେଦନ କରବାର ଲାଗି କୁହାଯାଇଥିଲା। ପାଖାପାଖି ୯ଶହ ଗରିବ୍‌ ହିତାଧିକାରୀ ପକାଘର ପାଏବାର ଆଶ୍‌ରେ ପଁଚେତ୍‌ରେ ଆବେଦନ କରିଥିବାର କଥା ସରପଁଚ୍‌ କହିଛନ୍‌। ସେନ୍‌ତା ଇ ଗରିବ୍‌ ହିତାଧିକାରୀମାନକର ନଁା ସୁପାରିଶ କରାଯାଇଛେ ବଲି ସରପଁଚ୍‌ ସୂଚନା ଦେଇଛନ୍‌। ହେଲେ ଦୁଖର କଥା ହିତାଧିକାରୀମାନେ ଆବେଦନ କରବାର ଆଏଜ୍‌କେ ୨ ବଛର ବିତିଯାଇଥିଲେ ବି ପକାଘର ଖଁଡ଼େ ଲେଖଁା ପାଏବାରୁ ବଁଚିତ ହେଇ ରହିଛନ୍‌। ଗଁାରେ ୨୦୧୧ ଏସ୍‌ଇସିସି ତାଲିକା ଅନ୍‌ସାରେ କି ୨୦୧୭ରେ ଆବେଦନ କରିଥିବାର ହିତାଧିକାରୀମାନକୁ ଘର ଯୁଗେଇ ଦିଆଯାଉଛେ ସେଟା ବି ଲୋକ୍‌ ଜାନି ନାଇଁପାରୁଥିବାର ଅଭିଯୋଗ ହେଉଛେ। ଏନ୍‌ତା ବି ଅଭିଯୋଗ ହେଉଛେ ଯେ କେତେ ପରିବାରକେ ଏକାଧିକ୍‌ ଘର ଯୁଗେଇ ଦିଆଯାଇଥିଲାବେଲେ ନିହାତି ଦରକାର ଥିବାର ଗରିବ୍‌ ପରିବାରମାନେ ଯୋଜନାରୁ ବାଦ୍‌ ପଡ଼ୁଛନ୍‌। ଇ ବାବ୍‌ଦେ ତଦଁତ୍‌ ହେବାର କଥା ବଲି କେତେ ହିତାଧିକାରୀ କହିଛନ୍‌। ଇ ବାବ୍‌ଦେ ଲାଠୋର ସରପଁଚ୍‌ ପ୍ରବିଣ କୁମାର ଅଗ୍ରଓ୍ବାଲକୁଁ ପଚରାଲାରୁ ୨୦୧୭ରେ ଯେନ୍‌ମାନେ ଘର ଲାଗି ଆବେଦନ କରିଥିଲେ ସେଟା ସୁପାରିଶ ଲାଗି ପଠାଯାଇଛେ। ସେଠାନୁ କେହେନ୍‌ସି ପରକାର ନିରଦେଶ ନୁହେଆସେ। ଯେନ୍‌ଥିରଲାଗି ଏନ୍‌ତା ପରିସ୍ଥିତି ଦେଖା ଦେଇଛେ ବଲି ସେ କହିଥିଲେ। ହେଲେ ଯେତେ ଜଲଦି ହେବା ଜିଲା ଆର ଥାନୀୟ ପରଶାସନ ଇ ଦିଗେ ଦୁରୁଷ୍‌ଟି ଦେଇ ଘଟନାର ତଦଁତ୍‌ କରବାର ସଂଗେ ଗରିବ୍‌ ଦୁଖିକୁ ଆବାସ ଯୋଜନାରେ ସାମିଲ କରବାକେ ଜନ ସାଧାରନରେ ଦାବି ହେଉଛେ।