ଲାଠୋର ପ୍ରାଣୀଧନ ଚିକିତ୍ସା କେନ୍ଦ୍ର: କାର୍ଯ୍ୟକ୍ଷମ ହେଉନି ବର୍ଯ୍ୟବସ୍ତୁ ଭଷ୍ମକ ଯନ୍ତ୍ର

ଲାଠୋର,୧୩ା୧୧(ଡି.ଏନ.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଳକ ଲାଠୋର ପ୍ରାଣୀଧନ ଚିକିତ୍ସା କେନ୍ଦ୍ର ବିଭିନ୍ନ ଅବ୍ୟବସ୍ଥା ମଧ୍ୟଦେଇ ଗତି କରୁଥିବା ଅଭିଯୋଗ ହୋଇଛି। କେନ୍ଦ୍ର ଉପରେ ଅଞ୍ଚଳର ୩୫ରୁ ଊଦ୍ଧ୍ୱର୍ର୍ ଗ୍ରାମର ଲୋକେ ନିର୍ଭର କରୁଥିବା ବେଳେ ଅବ୍ୟବସ୍ଥା ତାଙ୍କୁ ହତାଶ କରିଛି। ଏଠାରେ ଡାକ୍ତର ରହିବା ପାଇଁ ବାସଗୃହ ଥିବା ବେଳେ ପ୍ରାଣୀ ଚିକିତ୍ସା ପାଇଁ ଗୋଟିଏ ମାତ୍ର କୋଠରିରେ ରହିଛି। ସରକାରୀ ନିୟମ ଅନୁଯାୟୀ ପଶୁ, ପକ୍ଷୀଙ୍କ ଚିକିତ୍ସା ପାଇଁ ସ୍ବତନ୍ତ୍ର ଗୃହ ରହିବା କଥା। ହେଲେ, ଏଠାରେ ଚିକିତ୍ସା ଖୋଲା ଆକାଶ ତଳେ କରାଯାଉଛି। ଚିକିତ୍ସା କେନ୍ଦ୍ରର ପାଚେରୀ ନ ଥିବାରୁ ଲୋକେ ଅବାଧରେ ଭିତରକୁ ପ୍ରବେଶ କରୁଥିବା ଜଣାପଡିଛି। ଫଳରେ ହସ୍ପିଟାଲର ସୁରକ୍ଷା ନେଇ ଜନସାଧାରଣ ପ୍ରଶ୍ନ ଉଠାଇଛନ୍ତି। ଅଞ୍ଚଳବାସୀ ପ୍ରାଣୀ ସମ୍ପଦର ଚିକିତ୍ସା ନେଇ ଆଶା ରଖିଥିବା ବେଳେ ଆବଶ୍ୟକ କର୍ମଚାରୀ ନ ଥିବାରୁ ଚିକିତ୍ସା ସେବା ବାଧାପ୍ରାପ୍ତ ହେଉଥିବା ଅଭିଯୋଗ ହେଉଛି। ଅନ୍ୟପକ୍ଷେ ଜଣେ ଡାକ୍ତର ଏବଂ ଜଣେ ପିଅନଙ୍କ ଉପରେ ଚିକିତ୍ସା କେନ୍ଦ୍ର ଚାଲିଛି । ସୂଚନା ଯୋଗ୍ୟ, ୩ ବର୍ଷ ହେଲା ବର୍ଯ୍ୟବସ୍ତୁ ଭସ୍ମକ ଯନ୍ତ୍ର ଚିକିତ୍ସା କେନ୍ଦ୍ରକୁ ଆସି ଥିଲେ ହେଁ ଆବଶ୍ୟକ କୋଠରି ଅଭାବରୁ ତାହା କାର୍ଯ୍ୟକ୍ଷମ ହୋଇ ପାରିନାହିଁ। ଏ ନେଇ ଲାଠୋର ପ୍ରାଣୀଧନ ଚିକିତ୍ସା କେନ୍ଦ୍ର ଅଧିକାରୀ ଡା. କାରୋ ମାରାଣ୍ଡିଙ୍କୁ ପଚାରିବାରୁ ଚିକିତ୍ସା କେନ୍ଦ୍ରର ସମସ୍ୟା ଉପରେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିବା କହଛନ୍ତି। ଏଥିପ୍ରତି ବିଭାଗୀୟ କର୍ତ୍ତ୍‌ୃପକ୍ଷ ଦୃଷ୍ଟି ଦେଇ ସମସ୍ୟାର ସମାଧାନ କରିବାକୁ ସାଧାରଣରେ ଦାବି ହୋଇଛି

Share