Categories: ଜାତୀୟ

ଲାଣ୍ଡ୍‌ମାଇନ୍‌ ବିସ୍ଫୋରଣ: ୪ ଯବାନ ଆହତ

ଶ୍ରୀନଗର,୩।୧: ଜମ୍ମୁ-କଶ୍ମୀରରେ ଏକ ଲାଣ୍ଡ୍‌ମାଇନ୍‌ ବିସ୍ଫୋରଣରେ ଜଣେ ଲ୍ୟୁଟ୍‌ନାଣ୍ଟ୍‌ଙ୍କ ସମେତ ୪ ଯବାନ ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରାଜୌରୀ ଜିଲାର ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖାଠାରେ ଯବାନଙ୍କ ପକ୍ଷରୁ ପାଟ୍ରୋଲିଂ କରାଯାଉଥିବାବେଳେ ଏଭଳି ଘଟିଥିବା କୁହାଯାଉଛି। ସମଗ୍ର ଅଞ୍ଚଳରେ ଘେରାବନ୍ଦୀ କରାଯାଇ ତଦନ୍ତ ଜାରି ରହିଛି।

Share