ମୁମ୍ବାଇ: କିରଣ ରାଓଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ଲାପତା ଲେଡିଜ୍’ ହେଉଛି ୨୦୨୫ ବର୍ଷ ଓସ୍କାର ପାଇଁ ଏଣ୍ଟ୍ରି କରିଛି। ଓସ୍କାର ପୁରସ୍କାର ପୂର୍ବରୁ ଆମିର ଖାନ ଏବଂ କିରଣ ରାଓ ଅନ୍ତର୍ଜାତୀୟ ପ୍ଲାଟଫର୍ମରେ ଏହି ଫିଲ୍ମକୁ ପ୍ରମୋଟ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଚଳଚ୍ଚିତ୍ରରେ ଦୁହେଁ ଏକ ବଡ ପରିବର୍ତ୍ତନ କରିଛନ୍ତି। ଯାହା ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ଆମୀର ଖାନଙ୍କ ପ୍ରଡକ୍ସନ ହାଉସ ଏହାର ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଫିଲ୍ମର ଏକ ନୂଆ ପୋଷ୍ଟର ଶେୟାର କରିଛି। ଏହି ନୂତନ ପୋଷ୍ଟରରେ ଫିଲ୍ମର ନାମ ‘ଲାପଟା ଲେଡିଜ୍’ରୁ ‘ଲଷ୍ଟ ଲେଡିଜ୍’ରେ ପରିବର୍ତ୍ତନ କରାଯାଇଛି। ପ୍ରଡକ୍ସନ ହାଉସ ଏହାର ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଲେଖିଛି, ଅପେକ୍ଷା ଶେଷ ହୋଇଛି। ଫିଲ୍ମ ‘ଲଷ୍ଟ ଲେଡିଜ୍’ର ଅଫିସିଆଲ ପୋଷ୍ଟର ରିଲିଜ ହୋଇଛି।
ଫିଲ୍ମର ଅଫିସିଆଲ ପୋଷ୍ଟର ପ୍ରଥମ ଭଳି ସମାନ। କେବଳ ଫିଲ୍ମର ନାମ ଲଷ୍ଟ ଲେଡିଜ୍ରେ ପରିବର୍ତ୍ତନ କରାଯାଇଛି । ଆନ୍ତର୍ଜାତୀୟ ସ୍ତରରେ ଚଳଚ୍ଚିତ୍ରର ମାନ୍ୟତା ଦେବା ପାଇଁ ଏହି ପରିବର୍ତ୍ତନ କରାଯାଇଛି। ଆମେ ଆପଣଙ୍କୁ କହିବୁ, ନିକଟରେ ଭାରତୀୟ ସେଫ୍ ବିକାଶ ଖାନ୍ନା ନ୍ୟୁୟର୍କରେ ‘ଲାପତା ଲେଡିଜ୍’ର ଏକ ସ୍ବତନ୍ତ୍ର ସ୍କ୍ରିନିଂ ଆୟୋଜନ କରିଥିଲେ।