Categories: ଖେଳ

ଲାମ୍ପାର୍ଡ ଚେଲ୍‌ସିର ମୁଖ୍ୟ କୋଚ୍‌

ଲାମ୍ପାର୍ଡ, ୫ା୭ (ଏଏଫ୍‌ପି)-ଫ୍ରାଙ୍କ୍‌ ଲାମ୍ପାର୍ଡ ଗୁରୁବାର ଚେଲ୍‌ସି ଫୁଟ୍‌ବଲ କ୍ଲବର ମୁଖ୍ୟକୋଚ୍‌ ଭାବେ ନିଯୁକ୍ତି ପାଇଛନ୍ତି। କ୍ଲବ ସହିତ ସେ ୩ ବର୍ଷିଆ ଚୁକ୍ତି କରିଛନ୍ତି। ଲାମ୍ପାର୍ଡ ଚେଲ୍‌ସିର ଅନ୍ୟତମ ମହାନ ଖେଳାଳି ବୋଲି ବିବେଚନା କରାଯାଉଛି। କ୍ଲବ ସହିତ ସେ ଜଣେ ଖେଳାଳି ହିସାବରେ ୧୩ବର୍ଷ ଅତିବାହିତ କରିସାରିଛନ୍ତି। ୨୧୧ ଗୋଲ ସହ ସେ ଟିମ୍‌ର ସର୍ବକାଳୀନ ଅଗ୍ରଣୀ ସ୍କୋରର ହୋଇପାରିଛନ୍ତି। ଇଂଲଣ୍ଡର ଏହି ପୂର୍ବତନ ମିଡ୍‌ଫିଲ୍ଡ ଖେଳାଳି ମୌରିଜିଓ ସାରିଙ୍କ ସ୍ଥାନରେ ନିଯୁକ୍ତି ପାଇଛନ୍ତି। ସାରିଙ୍କୁ ଟିମ୍‌ ମ୍ୟାନେଜମେଣ୍ଟ ଗୋଟିଏ ସିଜନ ପାଇଁ ନିଯୁକ୍ତି ଦେଇଥିଲ। ଲାମ୍ପାର୍ଡ ଏହା ପୂର୍ବରୁ ଡର୍ବି କାଉଣ୍ଟିର ମ୍ୟାନେଜର ଥିଲେ। ତାଙ୍କ ତତ୍ତ୍ୱାବଧାନରେ ଏହି ଦଳ ଗତ ମେ ମାସରେ ଚାମ୍ପିୟନଶିପ୍‌ ପ୍ଲେ-ଅଫ୍‌ ଫାଇନାଲରେ ପ୍ରବେଶ କରିଥିଲା। ମାତ୍ର ଦଳ ଆଷ୍ଟନ ଭିଲାଠାରୁ ହାରିଯାଇଥିଲା।

Share