Categories: ଖେଳ

ଲାରାଙ୍କ ପଛକୁ ହୋପ୍‌

କଟକ, ୨୩0।୧୨(କ୍ରୀଡ଼ା ପ୍ରତିନିଧି)- ସ୍ଥାନୀୟ ବାରବାଟୀ ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ଭାରତ ବିପକ୍ଷ ମ୍ୟାଚରେ ୫୦ ବଲ୍‌ରୁ ୪୨ ରନ ସଂଗ୍ରହ କରିଛନ୍ତି ୱେଷ୍ଟଇଣ୍ଡିଜ ଓପନର ଶାଇ ହୋପ୍‌। ଏଥିସହ ସେ ଚଳିତ କ୍ୟାଲେଣ୍ଡର ବର୍ଷରେ ୧୩୪୫ ରନ କରିବାକୁ ସକ୍ଷମ ହୋଇଛନ୍ତି। ୱେଷ୍ଟଇଣ୍ଡିଜ ବ୍ୟାଟ୍ସମ୍ୟାନଙ୍କ କ୍ଷେତ୍ରରେ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ଏହା ହେଉଛି ଦ୍ୱିତୀୟ ସର୍ବାଧିକ ରନ। ଏ କ୍ଷେତ୍ରରେ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ବ୍ରାଏନ ଲାରାଙ୍କ ପଛରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ହୋପ୍‌। ଲାରା ୧୯୯୩ରେ ୧୩୪୯ ରନ କରି ଏହି ତାଲିକାର ଶୀର୍ଷରେ ଅଛନ୍ତି। ହୋପ୍‌ ଆଉ ମାତ୍ର ୫ ରନ ପାଇଁ ଲାରାଙ୍କୁ ଅତିକ୍ରମ କରିବାରୁ ବଞ୍ଚତ୍ତ ହୋଇଛନ୍ତି।
ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ରନ(ୱେଷ୍ଟଇଣ୍ଡିଜ)
୧୩୪୯: ବ୍ରାଏନ ଲାରା (୧୯୯୩)
୧୩୪୫: ଶାଇ ହୋପ୍‌ (୨୦୧୯)
୧୨୩୨: ଡେସମଣ୍ଡ ହେନ୍ସ (୧୯୮୫)
୧୨୩୧: ଭିଭିଆନ ରିଚାଡର୍‌ସ(୧୯୮୫)
୧୨୧୭: କ୍ରିସ୍‌ ଗେଲ୍‌ (୨୦୦୬)

Share